ସୌର ବିମାନ ତିଆରି କରିଛନ୍ତି ଭାରତୀୟ ବୈଜ୍ଞାନିକ

Sep 15, 2024 - 17:42
 0  3
ସୌର ବିମାନ ତିଆରି କରିଛନ୍ତି ଭାରତୀୟ ବୈଜ୍ଞାନିକ

ସୌର ବିମାନ ତିଆରି କରିଛନ୍ତି ଭାରତୀୟ ବୈଜ୍ଞାନିକ। ଯୁଦ୍ଧ ସମୟରେ ଶତ୍ରୁ ଉପରେ ନଜର ରଖିବା ଏବଂ ପର୍ଯ୍ୟବେକ୍ଷଣ ପାଇଁ ତିଆରି ହୋଇଛି ଏହି ବିମାନ। ଲଗାତର ୯୦ ଦିନ ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ ଏହି ବିମାନ। ଏହା ଶତ୍ରୁ ଉପରେ ନଜର ରଖିବା ସହିତ ନିର୍ଦିଷ୍ଟ ଓଜନର ଜିନିଷପତ୍ର ବହନ କରିବାକୁ ହେବ ସକ୍ଷମ। ଏହାର ପରୀକ୍ଷଣ କରୁଛନ୍ତି ନେସନାଲ ଏରୋସ୍ପେସ୍ ଲାବୋରେଟୋରୀଜ ବେଙ୍ଗାଲୁରୁ ବୈଜ୍ଞାନିକମାନେ। ବୈଜ୍ଞାନିକମାନେ ଏହାକୁ ୧୦ ଘଣ୍ଟା ପର୍ଯ୍ୟନ୍ତ ସଫଳତା ପୂର୍ବକ ଉଡ଼ାଇ କରିଛନ୍ତି ପରୀକ୍ଷଣ। ଏନଏଏଲ ଦ୍ୱାରା ବିକଶିତ ଏହି ସୌର ବିମାନ ସଂପୂର୍ଣ୍ଣ ମାନବବିହୀନ। ଏହା ୧୭-୨୦ କିଲୋମିଟର ଉଚ୍ଚରେ ଉଡ଼ିବା ସହ ଦିନରାତି ଆକାଶରେ କାର୍ଯ୍ୟ କରିବାରେ ସକ୍ଷମ। ଏନଏଏଲ ଅନୁଯାୟୀ, ସୌର ବିମାନ ଯୁଦ୍ଧ ସମୟରେ ନିରନ୍ତର ନଜର ରଖିବା ସହିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ଭାବରେ କରିପାରିବ କାର୍ଯ୍ୟ ।

What's Your Reaction?

like

dislike

love

funny

angry

sad

wow