ଆଜି ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପବିତ୍ର ପୂଜା

Sep 16, 2024 - 10:42
 0  4
ଆଜି ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପବିତ୍ର ପୂଜା

ଆଜି ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପବିତ୍ର ପୂଜା । ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା ପ୍ରଭୁ ବିଶ୍ୱକର୍ମା । ଆଜି ବିଶ୍ୱକର୍ମା ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର । ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ପାଳନ କରାଯାଉଛି ବିଶ୍ୱକର୍ମାଙ୍କ ପୂଜା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନରେ ସକାଳୁ ସକାଳୁ ଆରମ୍ଭ ହୋଇ ଯାଇଛି ପୂଜା। ସେହିଭଳି ବନ୍ଦରନଗରୀ ପାରାଦୀପ ଓ ନାଲୋକ ନଗରୀ ଅନୁଗୁଳରେ ପୂଜା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଦେବତାମାନଙ୍କର ସମସ୍ତ ଶସ୍ତ୍ର ,ବିମାନ ଆଦି ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ। ବିଶ୍ୱକର୍ମା ପୂଜା ଦିନରେ ସମସ୍ତ କାରିଗର, ଇଞ୍ଜିନିୟର୍, ୱେଲଡର୍, ମେକାନିକ୍ ଏବଂ ଅନ୍ୟମାନେ ମଧ୍ୟ ତାଙ୍କୁ କରନ୍ତି ପୂଜା । ଆହୁରି ମଧ୍ୟ, ଦୋକାନ, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନର ମାଲିକମାନେ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ଆୟୋଜନ କରି ଥାଆନ୍ତି ପୂଜା । ଏହି ପୂଜାକୁ ଉତ୍ତରପ୍ରଦେଶ, ଆସାମ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ବିହାର, ଓଡିଶା, ତ୍ରିପୁରା ଏବଂ ଝାଡଖଣ୍ଡରେ ବହୁଳ ଭାବରେ କରାଯାଏ ପାଳନ । ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ରହିଛି ବିଶ୍ୱାସ।

What's Your Reaction?

like

dislike

love

funny

angry

sad

wow