କୁସ୍ତିରୁ ଅବସର ଘୋଷଣା କଲେ ଭିନେଶ ଫୋଗଟ

Aug 8, 2024 - 10:47
 0  3
କୁସ୍ତିରୁ  ଅବସର ଘୋଷଣା କଲେ ଭିନେଶ ଫୋଗଟ

ଅଲିମ୍ପିକ୍ସ ଫାଇନାଲରୁ ଅଯୋଗ୍ୟ ଘୋଷିତ ହେବା ପରେ କୁସ୍ତିରୁ ଅବସର ଘୋଷଣା କଲେ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗଟ ।  ଏହାପରେ ଦେଶବାସୀ ଓ ନିଜ ମାଙ୍କ ଉଦ୍ଦେଶ୍ୟରେ ଏକ ଭାବ ବିହ୍ୱଳ ପୋଷ୍ଟ କରି ସେ କହିଛନ୍ତି ଯେ,“ମା, କୁସ୍ତି ମୋଠାରୁ ଜିତିଗଲା, ମୁଁ ହାରିଗଲି, ଦେଶ ବାସୀଙ୍କ ସ୍ୱପ୍ନ ଓ ମୋର ସାହାସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ,ବିଦାୟ କୁସ୍ତି  ୨୦୦୧-୨୦୨୪,ମୋତେ କ୍ଷମା କରିବ. ମୁଁ ତୁମ ସମସ୍ତଙ୍କ ପାଖରେ ସର୍ବଦା ଋଣୀ ରହିବି । ଗତକାଲି ମାତ୍ର ୧୦୦ ଗ୍ରାମ୍ ଓଜନ ପାଇଁ ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହୋଇଯାଇଥିଲେ କୁସ୍ତି ତାରକା ବିନେଶ ଫୋଗଟ।ସେପଟେ କିନ୍ତୁ ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବରେ ଭିନେଶଙ୍କୁ ସମ୍ମାନୀତ କରିବେ ବୋଲି ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି।ଏଥିସହ ଭିନେଶଙ୍କୁ ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ପ୍ରଦାନ କରାଯିବ ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । 

What's Your Reaction?

like

dislike

love

funny

angry

sad

wow