ଖଣିର ପ୍ରାଚୁର୍ଯ୍ୟ ଭିତରେ ଦରିିଦ୍ର ଗାଁ, ନେଟୱର୍କ ନଥିବାରୁ ବାହ୍ୟଜଗତରୁ ବିଛିନ୍ନ

Sep 2, 2026 - 17:09
 0  1
ଖଣିର ପ୍ରାଚୁର୍ଯ୍ୟ ଭିତରେ ଦରିିଦ୍ର ଗାଁ, ନେଟୱର୍କ ନଥିବାରୁ ବାହ୍ୟଜଗତରୁ ବିଛିନ୍ନ

ଖଣିରେ ଭରପୂର କିନ୍ତୁ ମୋବାଇଲ୍‌ରେ ଆସୁନି ନେଟ୍‌ୱର୍କ। ଏହି କାରଣରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକର ଖଜୁରିଡିହି ସମେତ ୮ଟି ରାଜସ୍ୱ ଗାଁ। ଏସିଆର ସବୁଠାରୁ ବଡ଼ କୋଇଲା ଖଣି ଏହି ଅଞ୍ଚଳରେ। ରାଜ୍ୟ ରାଜକୋଷକୁ ଏଠାରୁ ମୋଟା ଅଙ୍କର ରାଜସ୍ୱ ବି ମିଳୁଛି। 

ଖଣିରେ ଭରପୂର କିନ୍ତୁ ମୋବାଇଲ୍‌ରେ ଆସୁନି ନେଟ୍‌ୱର୍କ। ଏହି କାରଣରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକର ଖଜୁରିଡିହି ସମେତ ୮ଟି ରାଜସ୍ୱ ଗାଁ। ଏସିଆର ସବୁଠାରୁ ବଡ଼ କୋଇଲା ଖଣି ଏହି ଅଞ୍ଚଳରେ। ରାଜ୍ୟ ରାଜକୋଷକୁ ଏଠାରୁ ମୋଟା ଅଙ୍କର ରାଜସ୍ୱ ବି ମିଳୁଛି। କିନ୍ତୁ ଆଜି ମଧ୍ୟ ଏହି ଗାଁଗୁଡ଼ିକ ଅବହେଳିତ, ନିଷ୍ପେସିତ। ନେଟ୍‌ୱର୍କ ନଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ, ପୁଲିସ କିମ୍ବା ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିବା ପାଇଁ ଲୋକଙ୍କୁ ୮ କିଲୋମିଟର ଦୂରକୁ ଯିବାକୁ ପଡ଼େ। ଫଳରେ ସଠିକ୍ ସମୟରେ ସହାୟତା ମିଳିପାରେନି। ଆଉ ଅକାଳରେ ଚାଲିଯାଏ ଅନେକ ଜୀବନ। ଏହାଛଡ଼ା ଛାତ୍ରଛାତ୍ରୀମାନେ ଅନଲାଇନ୍ ପାଠପଢ଼ା ଏବଂ ଚାକିରି ଆବେଦନ କ୍ଷେତ୍ରରେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ଅଞ୍ଚଳରେ ମୋବାଇଲ୍ ଟାୱାର ପ୍ରତିଷ୍ଠା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। 

ଖଣିର ପ୍ରାଚୁର୍ୟ୍ୟତା ଭିତରେ ଦରିଦ୍ର ଗାଁ
ଧନୀ ଜିଲ୍ଲାର ଗରିବ ଅବସ୍ଥା
ନେଟ୍‌ୱର୍କ ନଥିବାରୁ ବାହ୍ୟଜଗତରୁ ବିଚ୍ଛିନ୍ନ
ଅବହେଳିତ ହେମଗିରି ବ୍ଲକର ୮ ଟି ଗାଁ
ନେଟ୍‌ ନାହିଁ, କଲ୍‌ କରିବାରେ ସମସ୍ୟା
ସମ୍ପର୍କୀୟଙ୍କୁ ଯୋଗାଯୋଗ କରିପାରୁନାହାନ୍ତି
ଠିକ ସମୟରେ ଆସିପାରେନି ଆମ୍ବୁଲାନ୍ସ  

What's Your Reaction?

like

dislike

love

funny

angry

sad

wow