ଚନ୍ଦନଯାତ୍ରା ସମୟରେ ଫୁଟିବନି ଆତସବାଜି

Apr 18, 2026 - 13:27
 0  1
ଚନ୍ଦନଯାତ୍ରା ସମୟରେ ଫୁଟିବନି ଆତସବାଜି

ଏଥର ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ସମୟରେ ଫୁଟିବନି ଆତସବାଜି। ପରମ୍ପରା ମୁତାବକ କରାଯିବ ସମସ୍ତ କାର୍ଯ୍ୟ।ନରେନ୍ଦ୍ର ପୁଷ୍କରିଣୀରେ ଗ୍ରହଣ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା।ନିୟମ ନମାନିଲେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ସୁରକ୍ଷା ଦାୟିତ୍ବରେ ରହିଛନ୍ତି ଜଣେ ଅତିରିକ୍ତ ଏସପି,୫ ଡିଏସପି,୮ ଇନ୍ସପେକ୍ଟର, ୨୦ ଏଏସଆଇ ଏବଂ ଏସଆଇଙ୍କ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ। ସିସିଟିଭି ନଜରରେ ରହିବ ସମଗ୍ର ଅଞ୍ଚଳ। ଏ ନେଇ  ସୂଚନା ଦେଇଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂ।

What's Your Reaction?

like

dislike

love

funny

angry

sad

wow