ଚନ୍ଦ୍ରରୁ ମାଟି ଆଣିଲା ଚାଇନା
ପ୍ରଥମଥର ପାଇଁ ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମର ମାଟି ଓ ପଥରର ନମୁନା ଏକତ୍ର କରି ମଙ୍ଗଳବାର ପୃଥିବୀକୁ ଫେରି ଉତ୍ତର ଚାଇନାରେ ଅବତରଣ କରିଛି ଚାଇନାର ଚାଙ୍ଗ’ଇ-୬ ମହାକାଶ ଯାନ। ଏହି ନମୁନାଗୁଡ଼ିକରେ ୨୫ ଲକ୍ଷ ବର୍ଷ ପୁରୁଣା ଆଗ୍ନେୟଗିରି ପଥର ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ଅନୁମାନ କରୁଛନ୍ତି ଚାଇନାର ବୈଜ୍ଞାନିକଗଣ। ଏହି ନମୁନାଗୁଡ଼ିକର ପରୀକ୍ଷଣ ପରେ ଚନ୍ଦ୍ରର ଉଭୟ ମେରୁ ମଧ୍ୟରେ ରହିଥିବା ଭୌଗୋଳିକ ପାର୍ଥକ୍ୟ ନେଇ ଜଣାପଡ଼ିବ ବୋଲି କହିଛନ୍ତି ବୈଜ୍ଞାନିକ। ଗତ ମେ’ ୩ରେ ଚାଇନାର ହୈନାନଠାରୁ ଉତକ୍ଷେପଣ କରାଯାଇଥିଲା ଏହି ଚାଙ୍ଗ’ଇ-୬ ମିଶନ ।ତେବେ ଏହି ମିଶନ ଅନୁଯାୟୀ ୨୦୩୦ ସୁଦ୍ଧା ମଣିଷଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବାକୁ ଲକ୍ଷ୍ୟ ରଖିଛି ଚାଇନା। ଏହି ମିଶନର ସଫଳତା ଚାଇନାର ସ୍ବପ୍ନକୁ ସାକାର କରିପାରିଥିବା ନେଇ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ସି. ଜିନପିଙ୍ଗ୍। ସେହିପରି ୨୦୩୦ ସୁଦ୍ଧା ଚନ୍ଦ୍ରର ଦକ୍ଷିଣ ମେରୁରେ ଏକ ଅନୁସନ୍ଧାନ ବେସ୍ ନିର୍ମାଣ କରିବାକୁ ମଧ୍ୟ ଚାଇନା ଲକ୍ଷ୍ୟ ରଖିଥିବା ମିଳିଛି ସୂଚନା।
Jangyaseni Parida