ବାଲେଶ୍ୱର ପୌରାଞ୍ଚଳରେ କୋହଳ ହେଲା କଟକଣା

Jun 26, 2024 - 12:22
 0  11
ବାଲେଶ୍ୱର ପୌରାଞ୍ଚଳରେ କୋହଳ ହେଲା କଟକଣା

ବାଲେଶ୍ୱର ପୌରାଞ୍ଚଳରେ ଆହୁରି କୋହଳ ହେଲା କର୍ଫ୍ୟୁ। ଆଜିଠାରୁ କେବଳ ରାତିରେ ହିଁ ରହିବ କର୍ଫ୍ୟୁ କଟକଣା। ସହଦେବଖୁଣ୍ଟା, ଟାଉନ ଥାନା ଅଞ୍ଚଳରେ କୋହଳ ହୋଇଛି କଟକଣା। ସକାଳ ୫ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ କଟକଣା କୋହଳ ହୋଇଛି। ମାତ୍ର ଏହି ଅଞ୍ଚଳରେ ବଳବତ୍ତର ରହିବ ରାତ୍ରୀକାଳୀନ କର୍ଫ୍ୟୁକଟକଣା। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ।ସେହିପରି ସ୍ୱାଭାବିକ ହୋଇଛି ମୋବାଇଲ ଇଣ୍ଟରନେଟ ସେବା। ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୪ଟି ମାମଲା ରୁଜୁ କରାଯାଇଥିବା ବେଳେ ୯୧ ଜଣଙ୍କୁ କରାଯାଇଛି ଗିରଫ।ସୂଚନାଯୋଗ୍ୟ, କିଛିଦିନ ତଳେ ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଫୋର୍ସ ଉପରକୁ ପଥର ମାଡ଼ ନେଇ ହୋଇଥିଲା ଅଭିଯୋଗ ।

What's Your Reaction?

like

dislike

love

funny

angry

sad

wow