ଚାମ୍ପିଅନ୍ସ ଟ୍ରଫି ପାଇଁ ତାଲିକା ଚୂଡାନ୍ତ ; ୟୁଏଇରେ ଖେଳିବେ ଭାରତ -ପାକିସ୍ତାନ

Dec 23, 2024 - 12:54
 0  4
ଚାମ୍ପିଅନ୍ସ ଟ୍ରଫି ପାଇଁ ତାଲିକା ଚୂଡାନ୍ତ ; ୟୁଏଇରେ ଖେଳିବେ ଭାରତ -ପାକିସ୍ତାନ

ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଇଁ ହାଇବ୍ରିଡ଼ ମଡ଼େଲରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ସହମତି ପ୍ରକାଶ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି।ଆସନ୍ତା ଫେବ୍ରୁଆରୀ ୧୯ ତାରିଖରୁ ମାର୍ଚ୍ଚ ୯ ତାରିଖ ଯାଏଁ ଅନୁଷ୍ଠିତ ହେବ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ।ଏନେଇ ସୂଚନା ଦେଇଛନ୍ତି ପିସିବି ମୁଖପାତ୍ର ଅମିର ମୀର। ‘ହାଇବ୍ରିଡ୍ ମଡେଲ’ ଅନୁସାରେ ୟୁଏଇରେ ଭାରତ ବିପକ୍ଷ ମ୍ୟାଚ୍ ଗୁଡ଼ିକ ହେବ ଅନୁଷ୍ଠିତ । ଅବଶିଷ୍ଟ ମ୍ୟାଚ ପାକିସ୍ତାନରେ ଆୟୋଜିତ ହେବ ଏବଂ ପାକିସ୍ତାନର ହିଁ ଚାମ୍ପିୟନ୍ସ ଟ୍ରଫି ହୋଷ୍ଟିଂ ବା ଆୟୋଜନ କରିବାର ରହିବ  ଅଧିକାର।  ଯଦି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରୁହେ ତେବେ ପିସିବି ସହିବ ୫୦ କୋଟି ଆୟୋଜନ ଫି କ୍ଷତି। ଏପରିକି ଏହା ପିସିବିର ବାର୍ଷିକ ରାଜସ୍ୱ ଉପରେ  ମଧ୍ୟ ପକାଇପାରେ ଏକ ବଡ଼ ପ୍ରଭାବ। 

What's Your Reaction?

like

dislike

love

funny

angry

sad

wow