ଝାଡା ବାନ୍ତି ନେଉଛି ଜୀବନ

Aug 13, 2024 - 14:15
 0  4
ଝାଡା ବାନ୍ତି ନେଉଛି ଜୀବନ

ବଲାଙ୍ଗିରଠୁ ଆରମ୍ଭ କରି ନବରଙ୍ଗପୁର ଜିଲ୍ଲାରେବଢ଼ିବାରେ ଲାଗିଛି  ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ଫଳରେ ଆତଙ୍କିତ ହୋଇଛନ୍ତି ଜିଲ୍ଲାବାସୀ। ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲାର ସୁଡ଼ା ପଞ୍ଚାୟତ ମହଗାରେ ୩ ଜଣଙ୍କ ସମେତ ନବରଙ୍ଗପୁର ଜିଲ୍ଲାର ଦଣ୍ଡସେନାଗୁଡା ଗାଁରେ ୩ ଜଣ ଝାଡ଼ାବାନ୍ତି ଆକ୍ରାନ୍ତରେ ମୃତ୍ୟୁ ବରଣ କରିଛନ୍ତି । କେଉଁ କାରଣରୁ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ତାହାର କାରଣ ରହିଛି ଅସ୍ପଷ୍ଟ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ ଗାଁକୁ ପଠାଯାଇଛି । ଏହି ଟିମ ଝାଡ଼ାବାନ୍ତିର ସ୍ଥିତି ଉପରେ ସମୀକ୍ଷା କରିବା ସହିତ ଏହି ଘଟଣାର ଯାଞ୍ଚ କରିବେ ।

What's Your Reaction?

like

dislike

love

funny

angry

sad

wow