ତଦନ୍ତ ନସରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ନଛାଡିବାକୁ ନିର୍ଦ୍ଦେଶ

ତଦନ୍ତ ନସରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ନଛାଡିବାକୁ ନିର୍ଦ୍ଦେଶ

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ପ୍ରିୟଙ୍କା ସେନାପତି ଲିଙ୍କ ଘଟଣାରେ ସେଣ୍ଟ୍ରାଲ ଇଣ୍ଟେଲ୍ଲୀଜେନ୍ସ ଓ ଷ୍ଟେଟ ଇଣ୍ଟେଲ୍ଲୀଜେନ୍ସ ସହ ଯୋଗାଯୋଗରେ ଅଛି ପୁରୀ ପୋଲିସ । ଏ ନେଇ ଗଠନ ହୋଇଛି ଏକ ସ୍ୱତନ୍ତ୍ର ଦଳ। ଏହି ଦଳକୁ ଲିଡ଼ କରୁଛନ୍ତି ଏସପି । ହରିୟାଣା ପୋଲିସ ସହ ଯୋଗାଯୋଗରେ ଅଛି ଓଡିଶା ପୋଲିସ। ଜାତୀୟ ସୁରକ୍ଷା ପ୍ରସଙ୍ଗ ଓ ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ପାକିସ୍ତାନ ସହ ଲିଙ୍କ ନେଇ ପ୍ରିୟଙ୍କାଙ୍କୁ ଗୁପ୍ତ ସ୍ଥାନରେ କରାଯାଇଛି ପଚାରଉଚରା  । ଜ୍ୟୋତିଙ୍କ ସହ କାହିଁକି ଯୋଗାଯୋଗରେ ଥିଲେ ପ୍ରିୟଙ୍କା ଏବଂ କଣ’ ପାଇଁ ପାକିସ୍ତାନର କର୍ତାରପୁର ଯାଇଥିଲେ ସେ ନେଇ ଆରମ୍ଭ ହୋଇଛି ଛାନବିନ। ତଦନ୍ତ ନସରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ନଛାଡିବାକୁ ରହିଛି ନିର୍ଦ୍ଦେଶ ।