ତୀବ୍ର ହେବାରେ ଲାଗିଛି ତାରିଫ୍ ଯୁଦ୍ଧ

Apr 16, 2025 - 17:12
 0  12
ତୀବ୍ର ହେବାରେ ଲାଗିଛି ତାରିଫ୍ ଯୁଦ୍ଧ

ଆମେରିକା ଏବଂ ଚୀନ୍ ମଧ୍ୟରେ ତୀବ୍ର ହେବାରେ ଲାଗିଛି ତାରିଫ୍ ଯୁଦ୍ଧ। ଦୁଇ ଦେଶ କେହି କାହା ଆଗରେ ମୁଣ୍ଡ ନୁଆଁଇବାକୁ ନୁହଁନ୍ତି ପ୍ରସ୍ତୁତ । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ,ଯଦି ଶୁଳ୍କ ଉପରେ ଆଲୋଚନା କରିବାକୁ ହୁଏ । ତେବେ ଚୀନକୁ ନେବାକୁ ପଡିବ  ପ୍ରଥମ ପଦକ୍ଷେପ।  ଶୁଳ୍କ ଉପରେ କେବେ ଓ କିପରି ଆଲୋଚନା କରାଯିବ ତାହା ଚୀନ୍ ନିଷ୍ପତ୍ତି ନେବା ଉଚିତ୍। ଚୀନକୁ ଆମ ସହିତ ମୁକାବିଲା କରିବାକୁ ପଡିବ। ଆମେ ସେମାନଙ୍କ ସହିତ ମୁକାବିଲା କରିବାକୁ ଚାହୁଁନାହୁଁ। ଚୀନ ଏବଂ ଅନ୍ୟ ଯେକୌଣସି ଦେଶ ମଧ୍ୟରେ ଅଛି ପାର୍ଥକ୍ୟ।ସେହିପରି ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ, ଚୀନ୍ ଆମେରିକୀୟ ବଜାର ଉପରେ ନିର୍ଭରଶୀଳ । ଆମ ପାଖରେ ଯାହା ଅଛି ତାହା ଚାହୁଁଛି ଚୀନ୍ । ଚୀନ୍ ଆମେରିକୀୟ ଗ୍ରାହକମାନଙ୍କୁ ଚାହୁଁଛି। ସେମାନେ ଆମର ଟଙ୍କା ଚାହାଁନ୍ତି । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବୋଇଂ ସମ୍ପର୍କରେ ଆମେରିକା ସହିତ ଏକ ବଡ଼ ଚୁକ୍ତିରୁ ଓହରି ଯାଇଛି ଚୀନ୍।

What's Your Reaction?

like

dislike

love

funny

angry

sad

wow