ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ବି.ଆର. ଗଭାଇ

Apr 16, 2025 - 17:10
 0  4
ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ବି.ଆର. ଗଭାଇ

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ବି.ଆର. ଗଭାଇ ।ଆସନ୍ତା ମେ ୧୪ରେ ୫୨ତମ ପ୍ରଧାନ ବିଚାରପତି ଭାବେ ସେ ନେବେ ଦାୟିତ୍ବ। ଜଷ୍ଟିସ ଗଭାଇଙ୍କ ନାମକୁ ସୁପାରିସ କରିଛନ୍ତି ସିଜେଆଇ ସଞ୍ଜୀବ ଖାନ୍ନା। ଦୀର୍ଘ ଦିନ ଧରି ବିଚାରପତି ଅଛନ୍ତି ଜଷ୍ଟିସ ଭୂଷଣ ରାମକ୍ରିଷ୍ଣା ଗଭାଇ। ଆସନ୍ତା ମେ ୧୩ରେ ଅବସର ନେବେ ସିଜେଆଇ ସଞ୍ଜୀବ ଖାନ୍ନା। ତା ପରଦିନ ନୂଆ ସିଜେଆଇ ଭାବେ ଶପଥ ନେବେ ଗଭାଇ। ପରବର୍ତ୍ତୀ ସିଜେଆଇ କିଏ ହେବେ ସେନେଇ ଜଷ୍ଟିସ ଖାନ୍ନାଙ୍କୁ ପ୍ରସ୍ତାବ ମାଗିଥିଲା କେନ୍ଦ୍ର ଆଇନ ମନ୍ତ୍ରାଳୟ। ତେବେ ଜଷ୍ଟିସ ଗଭାଇ କେବଳ ୬ ମାସ ଲାଗି ସମ୍ଭାଳିବେ ସିଜେଆଇ ପଦ । ଆସନ୍ତା ନଭେମ୍ବର ୨୫ରେ ଶେଷ ହେବ ତାଙ୍କ କାର୍ଯ୍ଯକାଳ।

What's Your Reaction?

like

dislike

love

funny

angry

sad

wow