ଆଣ୍ଟିଲିଆରେ ଅମ୍ବାନୀ ପରିବାରର ଗଣେଶ ପୂଜା, ଆଲୋକମାଳାରେ ଝଲସିଲା ଘର

Sep 17, 2026 - 14:36
 0  2
ଆଣ୍ଟିଲିଆରେ ଅମ୍ବାନୀ ପରିବାରର ଗଣେଶ ପୂଜା, ଆଲୋକମାଳାରେ ଝଲସିଲା ଘର

ମୁମ୍ବାଇର ଆଣ୍ଟିଲିଆରେ ଧୁମଧାମରେ ପାଳିତ ହୋଇଛି ଅମ୍ବାନୀ ପରିବାରର ଗଣେଶ ଚତୁର୍ଥୀ ଉତ୍ସବ । ସେପ୍ଟେମ୍ବର ୧୩ରେ ପରିବାର ସଦସ୍ୟମାନେ ଏକାଠି ହୋଇ ଗଣପତି ବାପ୍ପାଙ୍କୁ ସ୍ୱାଗତ କରିଥିଲେ । 

 ମୁମ୍ବାଇର ଆଣ୍ଟିଲିଆରେ ଧୁମଧାମରେ ପାଳିତ ହୋଇଛି ଅମ୍ବାନୀ ପରିବାରର ଗଣେଶ ଚତୁର୍ଥୀ ଉତ୍ସବ । ସେପ୍ଟେମ୍ବର ୧୩ରେ ପରିବାର ସଦସ୍ୟମାନେ ଏକାଠି ହୋଇ ଗଣପତି ବାପ୍ପାଙ୍କୁ ସ୍ୱାଗତ କରିଥିଲେ । ଅମ୍ବାନୀ ପରିବାର ଗଣେଶଙ୍କୁ ସ୍ନେହରେ ‘ଆଣ୍ଟିଲିଆ ଚା ରାଜା’ ବୋଲି ଡାକିଥାନ୍ତି । ଗଣେଶ ପୂଜା ଅବସରରେ ଆଣ୍ଟିଲିଆକୁ ଆକର୍ଷଣୀୟ ଭାବେ ସଜାଯାଇଥିଲା । ହଜାର ହଜାର ଉଷ୍ମ ଆଲୋକରେ ଘରର ପ୍ରବେଶପଥ ଓ ଆଖପାଖ ଅଞ୍ଚଳ ଝଲସି ଉଠିଥିଲା । ଛାତରେ ଝୁଲିଥିବା ଫେରି ଲାଇଟ୍‌, ଗେଣ୍ଡୁ ଫୁଲର ମାଳା ଓ ବିଭିନ୍ନ ପାରମ୍ପରିକ ସାଜସଜ୍ଜା ପୂରା ପରିବେଶକୁ ଉତ୍ସବମୁଖର କରିଥିଲା ।

ଆଣ୍ଟିଲିଆର ଭିତର ଅଂଶରେ ମଧ୍ୟ ଭାରତୀୟ ମନ୍ଦିର ସ୍ଥାପତ୍ୟର ଛାପ ଥିବା ସାଜସଜ୍ଜା ଦେଖିବାକୁ ମିଳିଥିଲା । ଫୁଲରେ ସଜାଯାଇଥିବା ସ୍ତମ୍ଭ, ଆକର୍ଷଣୀୟ ତୋରଣ ଓ ଲାଲ-ଗେରୁଆ ରଙ୍ଗର ଫୁଲରେ ତିଆରି ଫୁଲ ଛାତା ଉତ୍ସବର ଶୋଭା ବଢ଼ାଇଥିଲା । ପୂଜାସ୍ଥଳରେ ସୁନାରଙ୍ଗର ସୁନ୍ଦର ପୃଷ୍ଠଭୂମି ସାମ୍ନାରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା । ଚାରିପଟେ ପାରମ୍ପରିକ ପିତ୍ତଳ ଦୀପ ଓ ଦୀପମାଳା ସଜାଯାଇଥିଲା । ଗେଣ୍ଡୁ ଫୁଲ ସହ ଜୁଇ ଫୁଲର ଗଜରାରେ ସଜାଯାଇଥିଲା ପୂଜାସ୍ଥଳ ।

ଏହି ଅବସରରେ ନୀତା ଅମ୍ବାନୀ, ରାଧିକା ମର୍ଚ୍ଚାଣ୍ଟ, ଅନନ୍ତ ଅମ୍ବାନୀ ଓ ମୁକେଶ ଅମ୍ବାନୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଗଣପତି ବାପ୍ପାଙ୍କୁ ସ୍ୱାଗତ କରିଥିଲେ । ନୀତା ଅମ୍ବାନୀ ଲାଲ ରଙ୍ଗର ପାରମ୍ପରିକ ପୋଷାକରେ ନଜର ଆସିଥିବା ବେଳେ ରାଧିକା ମର୍ଚ୍ଚାଣ୍ଟ କମଳା ରଙ୍ଗର ଏଥନିକ୍ ପୋଷାକରେ ଆକର୍ଷଣୀୟ ଲାଗୁଥିଲେ । ପୂଜା ସହ ପରିବାର ସଦସ୍ୟମାନେ ନାଚଗୀତରେ ମଧ୍ୟ ଉତ୍ସବକୁ ଆହୁରି ରଙ୍ଗୀନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow