ତେଲଙ୍ଗାନା ପୋଲିସକୁ ବଡ଼ ସଫଳତା; ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ

Dec 1, 2024 - 14:10
 0  3
ତେଲଙ୍ଗାନା ପୋଲିସକୁ ବଡ଼ ସଫଳତା; ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ

ତେଲେଙ୍ଗାନା ପୁଲିସକୁ ମିଳିଛି ବଡ଼ ସଫଳତା। ଏନକାଉଣ୍ଟରରେ ସଫା ହେଲେ ୭ ମାଓବାଦୀ । ଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ହୋଇଛି ଏହି ଏନକାଉଣ୍ଟର । ମାଓବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି ପୋଲିସ ।ଏବେ ବି ଜଙ୍ଗଲରେ ସୁରକ୍ଷା ବଳ ପକ୍ଷରୁ ଜାରି ରହିଛି ତଲାସି ଅଭିଯାନ। ମାଓବାଦୀଙ୍କ ଉପସ୍ଥିତି ଖବର ପାଇବା ପରେ କମ୍ବିଂ ଅଭିଯାନ ଆରମ୍ଭ କରିଥିଲା ତେଲେଙ୍ଗାନା ପୁଲିସ। ଏହି ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୭ଜଣ ମାଓବାଦୀଙ୍କୁ ମାରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ । ଏନେଇ ସୂଚନା ଦେଇଛନ୍ତି ମୁଲୁଗୁ ଏସପି ଡକ୍ଟର ସାବରେଶ ।  

 

What's Your Reaction?

like

dislike

love

funny

angry

sad

wow