ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ୍ ୟୋଲ ଗିରଫ
ଦୁର୍ନୀତି, କ୍ଷମତାର ଅପବ୍ୟବହାର ଏବଂ ଅନ୍ୟାନ୍ୟ ଅନିୟମିତତା ମାମଲାରେ ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ୍ ୟୋଲ । ରାଷ୍ଟ୍ରପତିଙ୍କ ମୁଖ୍ୟ ସୁରକ୍ଷାକର୍ମୀ ମଧ୍ୟ ହୋଇଛନ୍ତି ଗିରଫ। ଅଭିଯୋଗ ପରେ ରାଷ୍ଟ୍ରପତିଙ୍କୁ ଗିରଫ କରିବାକୁ ରାଷ୍ଟ୍ରପତି ଭବନ ବାହାରେ ଏକାଠି ହୋଇଥିଲେ ପ୍ରାୟ ୧ ହଜାର ପୋଲିସ କର୍ମୀ । ତେବେ ରାଷ୍ଟ୍ରପତି ଭବନ ଫାଟକ ଖୋଲିନଥିଲେ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ। ଦୀର୍ଘ ୬ ଘଣ୍ଟା ଧରି ଚାଲିଥିଲା ମୁହାଁମୁହିଁ ସ୍ଥିତି। ଶେଷରେ ଶିଡ଼ି ସହାୟତାରେ ରାଷ୍ଟ୍ରପତି ଭବନ ଭିତରକୁ ପଶି ୟୁନ ସୁକଙ୍କୁ ଗିରଫ କରିଛନ୍ତି ପୋଲିସ କର୍ମୀ।
What's Your Reaction?