ଦିଲ୍ଲୀରେ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ : ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ୍‌ଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ

Sep 2, 2026 - 11:51
 0  1
ଦିଲ୍ଲୀରେ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ : ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ୍‌ଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ

 ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ। ଦୀର୍ଘ ଦିନର ମହାନଦୀ ଜଳ ବିବାଦ ସମାଧାନ ନେଇ କରିବେ ଆଲୋଚନା 

ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ। ଦୀର୍ଘ ଦିନର ମହାନଦୀ ଜଳ ବିବାଦ ସମାଧାନ ନେଇ କରିବେ ଆଲୋଚନା। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଛି। ଏହି ପ୍ରସଙ୍ଗରେ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଖୋଜିବା ନେଇ କେନ୍ଦ୍ର ସରକାର ମଧ୍ୟ ଉଦ୍ୟମ କରୁଛନ୍ତି। ପୂର୍ବରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଲୋଚନା ହୋଇଥିଲା। ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ମୋହନ ମାଝି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍‌ ପାଟିଲ୍‌କୁ ଭେଟିବାକୁ ଥିବା ବେଳେ ମହାନଦୀ ଜଳବିବାଦ ସମାଧାନ ନେଇ ବାଟ ଆହୁରି ସରଳ ହେବ ବୋଲି ଆଶା କରାଯାଉଛି। 

ମହାନଦୀ ଓଡ଼ିଶା ପାଇଁ କେବଳ ଏକ ନଦୀ ନୁହେଁ, ବରଂ ରାଜ୍ୟର ଜୀବନରେଖା। ତେଣୁ ଜଳ ବଣ୍ଟନକୁ ନେଇ ଦୀର୍ଘଦିନର ବିବାଦର ସ୍ଥାୟୀ ସମାଧାନ ହେବା ଅତ୍ୟନ୍ତ ଜରୁରୀ। ଆଜିର ଏହି ଆଲୋଚନାରେ ଓଡ଼ିଶାର ସ୍ୱାର୍ଥ ଓ ଭବିଷ୍ୟତର ଜଳ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଦିଲ୍ଲୀ ଗସ୍ତ ପରେ ମହାନଦୀ ଜଳ ବିବାଦ ସମାଧାନ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉଛି କି ନାହିଁ, ତାହା ଉପରେ ରହିବ ସମସ୍ତଙ୍କ ନଜର। 

What's Your Reaction?

like

dislike

love

funny

angry

sad

wow