ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Chief Minister Mohan Charan Majhi conducted an aerial survey of the flood-affected regions. After inspecting three severely affected districts, the CM stated that eight blocks in total have been significantly impacted. In Balasore district, the blocks of Basta, Baliapal, Bhogarai, and Jaleswar have been affected. In Bhadrak district, Dhamnagar and Bhandaripokhari blocks are affected. From Jajpur district, Jajpur and Dasarathpur blocks have been impacted. He clarified that Keonjhar district has not been severely affected. So far, 30,000 people from 81 villages have suffered losses. However, the flood situation is currently under full control. The government has emphasized that compensation will be provided for damaged houses and efforts are being made to ensure zero casualties.
ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୩ଟି ବନ୍ୟା ପ୍ରଭାବିତ ଜିଲା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶେଷ କରି ୩ଟି ଜିଲାର ୮ଟି ବ୍ଲକ ହୋଇଛି ପ୍ରଭାବିତ । ବାଲେଶ୍ବର ଜିଲାର ୪ଟି ବ୍ଲକ ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ବର ପ୍ରଭାବିତ ହୋଇଥିବାବେଳେ ଭଦ୍ରକ ଜିଲାର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ ହୋଇଛି ପ୍ରଭାବିତ । ସେହିପରି ଯାଜପୁର ଜିଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି। ବିଶେଷ ପ୍ରଭାବିତ ହୋଇ ନାହିଁ କେନ୍ଦୁଝର ଜିଲା । କ୍ଷତି ସହିଛନ୍ତି ୮୧ଟି ଗାଁର ମୋଟ୍ ୩୦ ହଜାର ଲୋକେ। ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭିତରେ ଅଛି ବନ୍ୟାସ୍ଥିତି ।ଯେଉଁସବୁ ସ୍ଥାନରେ ଲୋକଙ୍କ ଘର କ୍ଷତି ହୋଇଛି କ୍ଷତିପୂରଣ ଦିଆଯିବା ସହ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଉଥିବା କହିଛନ୍ତି ସରକାର ।
Jangyaseni Parida