ନିର୍ବାଚନ କର୍ତ୍ତବ୍ୟ ସମୟରେ ଚାଲିଗଲା ବିଏଲ୍ଓଙ୍କ ଜୀବନ
ନିର୍ବାଚନ କର୍ତ୍ତବ୍ୟରେ ଥିବା ବେଳେ ଚାଲିଗଲା ଜଣେ ବିଏଲ୍ଓଙ୍କ ଜୀବନ । ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଝାରପୁରରେ। ଓଳେଇ-ଚନ୍ଦନପୁରର ୧୫୭ ନଂ ବୁଥ୍ରେ କାର୍ଯ୍ୟରତ ବିଏଲ୍ଓ ମନୋରଞ୍ଜନ ସାହୁଙ୍କର ହୃଦ୍ଘାତରେ ହୋଇଛି ମୃତ୍ୟୁ । ଆଜି ବୁଥ୍ରେ କାର୍ଯ୍ୟରତ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।ସେହିପରି ନୀଳଗିରିରେ ଭୋଟ ଦେବାକୁ ଆସି ଟଳିପଡିଲେ ଜଣେ ବୃଦ୍ଧ। ମୃତକ ଜଣଙ୍କ ହେଲେ ସୁରେନ୍ଦ୍ର ମହାନ୍ତି ।ଅତ୍ଯଧିକ ଖରା ଏବଂ ଗୁଳୁଗୁଳି ପାଇଁ ସ୍ବାସ୍ଥ୍ଯବସ୍ଥା ବିଗିଡିଯାଇଥିବା କରାଯାଉଛି ଆଶଙ୍କା।
Jangyaseni Parida