ଆଠଗଡ଼ରେ ଓଡ଼ିଶା ବନ୍ଦ ପ୍ରଭାବ, ଚାନ୍ଦବାଲି ଛକରେ କଂଗ୍ରେସର ବିକ୍ଷୋଭ
ଆଠଗଡ଼ରେ ଓଡ଼ିଶା ବନ୍ଦର ପ୍ରଭାବ । ସକାଳୁ ସକାଳୁ ରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ କର୍ମୀ । ଚାନ୍ଦବାଲି ଛକରେ ଜୋରଦାର ବିକ୍ଷୋଭ ସହ ପିକେଟିଂ କରାଯାଉଛି । ବନ୍ଦ ପ୍ରଭାବରେ ଆଠଗଡ଼ରେ ଦୋକାନ ବଜାର ବନ୍ଦ ରହିଛି ।
ଆଠଗଡ଼ରେ ଓଡ଼ିଶା ବନ୍ଦର ପ୍ରଭାବ । ସକାଳୁ ସକାଳୁ ରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ କର୍ମୀ । ଚାନ୍ଦବାଲି ଛକରେ ଜୋରଦାର ବିକ୍ଷୋଭ ସହ ପିକେଟିଂ କରାଯାଉଛି । ବନ୍ଦ ପ୍ରଭାବରେ ଆଠଗଡ଼ରେ ଦୋକାନ ବଜାର ବନ୍ଦ ରହିଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅଫିସ୍ ମଧ୍ୟ ବନ୍ଦ କରିଛନ୍ତି କଂଗ୍ରେସ କର୍ମୀ । ବନ୍ଦକୁ ସଫଳ କରିବା ପାଇଁ ଆଠଗଡ଼ ବ୍ଲକ୍ କଂଗ୍ରେସ ଓ ନଗର କଂଗ୍ରେସ କମିଟି ପକ୍ଷରୁ ପିକେଟିଂ ଜାରି ରହିଛି ।
ସେପଟେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଘଟେ, ସେଥିପାଇଁ ବିକ୍ଷୋଭ ସ୍ଥଳରେ ପୁଲିସ ମୁତୟନ କରାଯାଇଛି । ବନ୍ଦକୁ ନେଇ ଆଠଗଡ଼ରେ ସକାଳୁ ସକାଳୁ ତାତି ବଢ଼ିଛି ।
What's Your Reaction?