ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା
ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ୍ କଲୋନୀରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା।ଯାହାର ଭିଡ଼ିଓ ପୁରା ସିସିଟିଭିରେ ହୋଇଛି କଏଦ।ଖବର ଅନୁଯାୟୀ,ଗୋଟିଏ ଟ୍ରାଭେଲର ଦ୍ରୁତଗତିରେ ଆସି, ଭାରସାମ୍ୟ ହରାଇ ଏକାଥରକେ ଅଟୋ ଏବଂ ବାଇକ୍କୁ ଜୋରଦାର ଦେଇଥିଲା ଧକ୍କା।ପରେ ଚା ଦୋକାନ ଭିତରକୁ ପଶି ରାସ୍ତାକଡ଼ ଦୋକାନରେ ଛିଡ଼ା ହୋଇଥିବା କିଛି ଲୋକଙ୍କ ଉପରେ ଚଢିଯାଇଥିଲା ଟ୍ରାଭେଲର ଭ୍ୟାନଟି । ଯାହାଫଳରେ ୪ ଜଣ ହୋଇଛନ୍ତି ଆହତ। ସମସ୍ତ ଆହତଙ୍କୁ କ୍ୟାପିଟାଲ ହାସପାତାଳରେ କରାଯାଇଛି ଭର୍ତ୍ତି। ସେପଟେ ଥାନାରେ ଅଟକ ରହିଛି ଟ୍ରାଭେଲର ଡ୍ରାଇଭର ।
What's Your Reaction?