ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର,ଖୋଲିଲା ଆଉ ୪ଟି ଫାଟକ

Aug 30, 2024 - 16:24
 0  10
ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର,ଖୋଲିଲା ଆଉ ୪ଟି ଫାଟକ

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଖୋଲିଲା ଆଉ ୪ଟି ଫାଟକ। ଉପର ମୁଣ୍ଡରେ ଦୁଇଦିନ ହେଲା ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବେ ଜଳଭଣ୍ଡାରର ବୃଦ୍ଧି ପାଇବାରେ ଲାଗିଛି ଜଳସ୍ତର । ଫଳରେ ପୁଣି ୪ ଟି ଫାଟକ ଖୋଲିଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ। ତେବେ ମୋଟ ୬ଟି ଫାଟକ ମାଧ୍ୟମରେ ଚାଲିଛି ବନ୍ୟାଜଳ ନିଷ୍କାସନ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୩.୩୫ ଫୁଟରେ ପହଞ୍ଚିଥିବାବେଳେ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୨୬ ହଜାର ୩୩୯ ଘନଫୁଟ ବନ୍ୟାଜଳ। ସେପଟେ ୬ ଟି ଫାଟକ ମାଧ୍ୟମରେ ନିଷ୍କାସିତ ହେଉଛି ୧ ଲକ୍ଷ ୨୦ ହଜାର ଘନଫୁଟ ବନ୍ୟା ଜଳ।

What's Your Reaction?

like

dislike

love

funny

angry

sad

wow