ଭରତପୁର ଥାନା ମାମଲାରେ ତଦନ୍ତ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭରତପୁର ଥାନା ମାମଲାରେ ତଦନ୍ତ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କହିବାକୁ ଚାହୁଁଥିବେ, ସେମାନେ ସତ୍ୟପାଠ ଆକାରରେ ମତ ଦେଇ ପାରିବେ ବୋଲି ବିଜ୍ଞପ୍ତିରେ ରହିଛି ଉଲ୍ଲେଖ।ଏହି ମାମଲାର ତଦନ୍ତ କରୁଛନ୍ତି ବିଚାର ବିଭାଗୀୟ ତଦନ୍ତ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ। ସର୍କିଟ ହାଉସରେ ରଖାଯାଇଛି ଏକ ବକ୍ସ। ଯିଏ ଚାହିଁବେ ଏହି ବକ୍ସରେ ରଖିପାରିବେ ମତ।ଆଜିଠୁ ୨୧ ଦିନ ପର୍ଯ୍ୟନ୍ତ ଗ୍ରହଣ କରାଯିବ ସତ୍ୟପାଠ । ସତ୍ୟପାଠ ଦାଖଲ ହୋଇ ସାରିବା ପରେ କମିଶନ ପକ୍ଷରୁ ସମସ୍ତଙ୍କୁ ସମନ କରାଯାଇ କରାଯିବ ଅଧିକ ତଦନ୍ତ।
What's Your Reaction?






