ବିଶ୍ବର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ
ବିଶ୍ବର ସବୁଠୁ ବୟସ୍କ ବ୍ୟକ୍ତିଙ୍କର ହୋଇଛି ମୃତ୍ୟୁ । ୧୧୬ ବର୍ଷରେ ମୃତ୍ୟୁ ବରଣ କରିଛନ୍ତି ଜାପାନୀ ମହିଳା ଟୋମିକୋ ଇତୁକା। ସେପ୍ଟେମ୍ବର ୨୦୨୪ରେ ଗିନିସ୍ ୱାଲ୍ଡ ରେକର୍ଡ ଦ୍ବାରା ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତି ଭାବରେ ସେ ହୋଇଥିଲେ ଘୋଷିତ । ପ୍ରଥମ ବିଶ୍ବଯୁଦ୍ଧର ୬ ବର୍ଷ ପୂର୍ବରୁ ତଥା ମେ’ ୧୯୦୮ରେ ଜନ୍ମଗ୍ରହଣ କରିଥିଲେ ଇତୁକା । ୨୦୨୪ ଅଗଷ୍ଟରେ ସ୍ପେନ୍ର ମାରିଆ ବ୍ରାନ୍ୟାସ ମୋରେରାଙ୍କର ୧୧୭ ବର୍ଷ ବୟସରେ ହୋଇଥିଲା ପରଲୋକ । ଏହା ପରେ ଇତୁକା ହୋଇଥିଲେ ବିଶ୍ବର ସବୁଠୁ ବୟସ୍କ ମହିଳା ।
What's Your Reaction?