ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ

Dec 20, 2024 - 14:11
 0  2
ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ

ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ । ଅବକାରୀ ପଲିସି ନମାନିଲେ ହେବ କାର୍ଯାନୁଷ୍ଠାନ। ବିଶେଷ କରି ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେହିପରି ବେଆଇନ ମଦ ବିକ୍ରି ଉପରେ ଲାଗିବ ଅଙ୍କୁଶ ।ଯିଏ ବି ଏଥିରେ ଜଡ଼ିତ ହେବେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।ଆଉ ଦିନ କେଇଟା ପରେ ଆସୁଛି ଇଂରାଜୀ ନୂଆବର୍ଷ। ଏହି ସମୟରେ ଲୋକେ ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କରିବା ରହିଛି ନଜିର । ଏଥିସହ ବିଭିନ୍ନ ବାରରେ ରାତି ଅଧ ପର୍ଯ୍ୟନ୍ତ ଚାଲିପାରେ ମଦ୍ୟପାନ । ଏହାକୁ ଆଖି ଆଗରେ ରଖି ଏଭଳି କଠୋର ନୀତି ଆପଣାଇଛି ଅବକାରୀ ବିଭାଗ। 

What's Your Reaction?

like

dislike

love

funny

angry

sad

wow