ମଞ୍ଚେଶ୍ୱରରେ ସ୍ଥାପନ କରାଯାଇଛି ଏକ ଶସ୍ୟ ଏଟିଏମ୍
ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ସ୍ଥାପନ କରାଯାଇଛି ଏକ ଶସ୍ୟ ଏଟିଏମ୍ । ଏହି ଏଟିଏମରେ ୨୪ ଘଣ୍ଟିଆ ଉପଲବ୍ଧ ହେବ ଚାଉଳ ଓ ଗହମ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଏଟିଏମ୍କୁ କରିଛନ୍ତି ଉଦ୍ଘାଟନ । ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଆଉ ବ୍ଲକରେ ଏହା ଖୋଲାଯିବ । ତେବେ ହିତାଧିକାରୀଙ୍କୁ ପ୍ରଥମେ ମେସିନରେ ବାୟୋମେଟ୍ରିକ, ରାସନ କାର୍ଡ, ଆଧାର କାର୍ଡର ସୂଚନା ଦେବାକୁ ପଡ଼ିବ। ଲୋକମାନେ ଟିପ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍ରୁ ବାହାରିବ ଚାଉଳ। ଏହି ମେସିନକୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ କରାଯାଇଛି ବିକଶିତ । ରାସନ କାର୍ଡ ହିତାଧିକାରୀଙ୍କୁ ଦିଆଯିବ ଚାଉଳ ଏଟିଏମ୍ କାର୍ଡ। ଯାହାଦ୍ୱାରା ସାରା ଭାରତରେ ବ୍ୟବହାର ହୋଇପାରିବ ଏହି କାର୍ଡ ।
ଏହାଦ୍ବାରା ରାଜ୍ୟରେ ଶସ୍ୟ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟ ବନ୍ଦ ହୋଇପାରିବ।
What's Your Reaction?