ଏଣିକି ପ୍ରତି ଗାଁରେ ହେବ ଓମ୍ଫେଡ ଷ୍ଟଲ
ଏଣିକି ପ୍ରତି ଗାଁରେ ହେବ ଓମ୍ଫେଡ ଷ୍ଟଲ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି ଯେ, ଜିଲ୍ଲାର ସମସ୍ତ ବଡ ବଡ ମନ୍ଦିରରେ ଓମ୍ଫେଡ ଘିଅର ବ୍ୟବହାର କରିବାକୁ ସମସ୍ତ ଜିଲ୍ଲାପଳମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ପ୍ରତି ବ୍ଲକରେ ୧୪୨୩ କୋଟି ଟଙ୍କା ବ୍ୟୟରେ ହେବ କାମଧେନୁ ଯୋଜନା। ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଦିଆଯିବ ଗୁରୁତ୍ଵ । ଗାଈ ବାଛୁରୀଙ୍କ ଖାଦ୍ୟ ପାଇଁ ଦିଆଯିବ ସବସିଡି । ଓମ୍ଫେଡ ଗୁଡ଼ିକର କରାଯିବ ପୁନର୍ଗଠନ । ପ୍ରତି ଗାଁରେ ଗୋପାଳନ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରିବାକୁ ହୋଇଛି ଯୋଜନା । ଗାଁ ଗହଳିରେ ଓମ୍ଫେଡ ଚାହିଦା ବଢୁଛି ତେଣୁ ପ୍ରତି ଗାଁରେ ଏହି ଓମ୍ଫେଡ ଷ୍ଟଲ୍ ଖୋଲିବାକୁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
What's Your Reaction?