ମ୍ୟାଜିକ୍ ନମ୍ବର ଛୁଇଁଲା ହୀରାକୁଦର ଜଳସ୍ତର
![ମ୍ୟାଜିକ୍ ନମ୍ବର ଛୁଇଁଲା ହୀରାକୁଦର ଜଳସ୍ତର](https://kalingascroll.in/uploads/images/202408/image_870x_66cd87598de2b.jpg)
ମ୍ୟାଜିକ୍ ନମ୍ବର ଛୁଇଁଲା ହୀରାକୁଦର ଜଳସ୍ତର। ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳସ୍ତର ଛୁଇଁଛି ସର୍ବୋଚ୍ଚ ସୀମା। ଶନିବାର ସକାଳ ୯ଟା ପରେ ମ୍ୟାଜିକ ନମ୍ବର ୬୩୦ ଫୁଟ ଛୁଇଁଛି ଜଳସ୍ତର। ସୂଚନାନୁଯାୟୀ, ଶନିବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୫୬ ହଜାର ୩୯୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୭,୩୩୪ କ୍ୟୁସେକ୍ ଜଳ ହେଉଛି ନିଷ୍କାସିତ। ଆଗକୁ ମୌସୁମୀ ଅବଧି ସରିବାକୁ ଥିବା ବେଳେ ରୁଲ କର୍ଭ ଅନୁଯାୟୀ ସେପ୍ଟେମ୍ବର ଶେଷ ସୁଦ୍ଧା ଜଳସ୍ତରକୁ ସର୍ବୋଚ୍ଚ ସ୍ତରରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ବର୍ତ୍ତମାନ ବନ୍ଦ ରହିଛି ସମସ୍ତ ଫାଟକ|
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)