ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା
ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା । ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓଙ୍କ ସୂଚନା। ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା।ନୂଆ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ କରିହେବ ଆବେଦନ। ଏହି ପ୍ରକ୍ରିୟା ଖୁବଶୀଘ୍ର କାର୍ୟ୍ୟକାରୀ କରାଯିବ ବୋଲି ଲିଖିତ ଉତ୍ତରରେ କହିଛନ୍ତି ମନ୍ତ୍ରୀ ।ଅନ୍ୟପଟେ ପିଏମ୍ କିଷାନ ଯୋଜନାର ନିୟମାବଳୀ ଅନୁଯାୟୀ ଚାଷୀମାନେ ହେବେ ଯୋଗ୍ୟ ବିବେଚିତ । ଏନେଇ ବାଲେଶ୍ୱର ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ।
What's Your Reaction?