ଶନିବାରଠାରୁ ଜରୁରିକାଳୀନ ସେବା ପ୍ରଦାନ କରିବେ ଆନ୍ଦେଳନରତ ଡାକ୍ତର

ଶନିବାରଠାରୁ ଜରୁରିକାଳୀନ ସେବା ପ୍ରଦାନ କରିବେ ଆନ୍ଦେଳନରତ ଡାକ୍ତର

 କୋଲକାତା ଆରଜି ମେଡିକାଲ କଲେଜ ଏବଂ ହାସପାତାଳରେ ମହିଳା ତାଲିମ୍ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ଲାଗିଛି ଆଂଶିକ ବିରତି । ପୀଡିତାଙ୍କୁ ନ୍ୟାୟ ଏବଂ ଡାକ୍ତରଙ୍କୁ ସୁରକ୍ଷା ଦାବିରେ ଦୀର୍ଘ ୪୧ ଦିନ ଧରି ଜାରି ରହିଥିଲା ଆନ୍ଦୋଳନ  । ପଶ୍ଚିମବଙ୍ଗ ସରକାରଙ୍କ ସହିତ ଆଲୋଚନା ପରେ ଆସନ୍ତାକାଲି ଠାରୁ କାର୍ଯ୍ୟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଡାକ୍ତରଗଣ  । ତେବେ ସେମାନେ କେବଳ ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବେ  କିନ୍ତୁ ଓପିଡି ସେବାବନ୍ଦ ରହିବ ବୋଲି ସଂଘ ପକ୍ଷରୁ ମିଳିଛି ସୂଚନା ।