ଶେଖ ହସିନାଙ୍କ ସମେତ ୯୭ ଜଣଙ୍କ ପାସପୋର୍ଟ ବାତିଲ
![ଶେଖ ହସିନାଙ୍କ ସମେତ ୯୭ ଜଣଙ୍କ ପାସପୋର୍ଟ ବାତିଲ](https://kalingascroll.in/uploads/images/202501/image_870x_677e1f92da735.jpg)
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଇଁ ପୁଣି ବଢିଲା ଅଡ଼ୁଆ। କାରଣ ଶେଖ୍ ହସିନାଙ୍କ ସହ ୯୬ ଜଣଙ୍କ ପାସପୋର୍ଟ ରଦ୍ଦ କରିଦେଇଛନ୍ତି ଦେଶର ଅନ୍ତରୀଣ ସରକାର ।ଗତ ଜୁଲାଇରେ ହୋଇଥିବା ଆନ୍ଦୋଳନ ସମୟରେ ଲୋକଙ୍କୁ ନିଖୋଜ କରିବା ଏବଂ ହତ୍ୟା କରି ଦେଶ ଛାଡିଥିବା ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଧାରରେ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ । ଏହାବ୍ୟତୀତ ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ। ହସିନାଙ୍କ ସମେତ ସମସ୍ତ ଅଭିଯୁକ୍ତ ପକ୍ଷଙ୍କୁ ଗିରଫ ଓ ହାଜର କରିବା ପାଇଁ ଟ୍ରିବ୍ୟୁନାଲ ଫେବ୍ରୁଆରି ୧୨ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରିଛନ୍ତି ସମୟ ସୀମା ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)