ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ

ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ । ଆତଙ୍କୀ ସଂଗଠନ ହିଜବୁଲ୍ଲାର ଠିକଣା ଗୁଡିକୁ ଖୋଜି ଖୋଜି ଧ୍ଵଂସ କରୁଛି ଇସ୍ରାଏଲ। ଇସ୍ରାଏଲକୁ ନିଶାଣ କରି ରଖାଯାଇଥିବା ମିସାଇଲ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ମଧ୍ଯ ନଷ୍ଟ କରିଛି ଇସ୍ରାଏଲ ପ୍ରତିରକ୍ଷାବାହିନୀ। ହିଜବୁଲ୍ଲାର ଅନେକ ସୁଡଙ୍ଗକୁ ଖୋଜି ଧ୍ଵସ କରିଛନ୍ତି ଇସ୍ରାଏଲ ସେନା। ଅନ୍ୟପଟେ ଇସ୍ରାଏଲ ନିଶାଣର ଶିକାର ହୋଇଛନ୍ତି ଦକ୍ଷିଣ ଲେବାନନରେ ମୁତୟନ ଜାତିସଂଘର ଶାନ୍ତି ସେନା। ଶାନ୍ତିସେନା ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ। କାରଣ ଜାତିସଂଘର ଲେବାନନରେ ଶାନ୍ତି ସ୍ଥାପନ ପାଇଁ ଚାଲିଥିବା ଅଭିଯାନରେ ରହିଛନ୍ତି ୬୦୦ ଭାରତୀୟ ସୈନ୍ୟ। ସେମାନେ ଇସ୍ରାଏଲ-ଲେବାନନ ସୀମାକୁ ଲାଗି ଥିବା ୧୨୦ କିଲୋମିଟର ନୀଳ ଲାଇନରେ ହୋଇଛନ୍ତି ମୁତୟନ । ଏବେ ଇସ୍ରାଏଲ ସେଠାରେ ଆକ୍ରମଣ କରୁଥିବାରୁ ଭାରତୀୟ ସୈନ୍ୟଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଛି ବିପଦ।
What's Your Reaction?






