୧୮ତମ ପ୍ରବାସୀ ଭାରତୀୟ ଦିବସର ଯୁବ ସମାବେଶ ଆରମ୍ଭ

Jan 8, 2025 - 12:45
 0  2
୧୮ତମ ପ୍ରବାସୀ ଭାରତୀୟ ଦିବସର ଯୁବ ସମାବେଶ ଆରମ୍ଭ

ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ସମ୍ମିଳନୀକୁ ଆରମ୍ଭ କରିଛନ୍ତି ବୈଦଶିକ ବ୍ୟାପର ମନ୍ତ୍ରୀ ଏସ୍‌.ଜୟଶଙ୍କର, କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯୁବ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା, କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡସେ, ଆମେରିକା ନ୍ୟୁଜ୍‌ ୱିକ୍‌ର ସିଇଓ ଦେବ ପ୍ରଗାଡ଼ ଅତିଥି ଭାବେ ହୋଇଛନ୍ତି ସାମିଲ୍। ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୬୦ ଦେଶର ଅତିଥି।  ଯୁବ ପ୍ରବାସୀ ଭାରତୀୟ ଦିବସ ପରେ ଆରମ୍ଭ ହେବ ପୂର୍ଣ୍ଣାଙ୍ଗ ଅଧିବେଶନ। ପ୍ରବାସୀ ଭାରତୀୟଙ୍କୁ ପ୍ରଦାନ କରାଯାଉଛି ଓଡ଼ିଶାର ରାଜକୀୟ ଆତିଥ୍ୟ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବା ସହ କରିବେ ସମ୍ବୋଧିତ । ୧୦ ତାରିଖରେ ଉଦଯାପନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଦେବେ ଯୋଗ । ତିନି ଦିନିଆ ସମ୍ମିଳନୀରେ ଓଡ଼ିଶା ଏବଂ ଦେଶ ବିକାଶରେ ଥିବା ବିଭିନ୍ନ ସମ୍ଭାବନା ବିଷୟରେ ପ୍ରବାସୀଙ୍କ ସହ ଚାଲିବ ଆଲୋଚନା । 

What's Your Reaction?

like

dislike

love

funny

angry

sad

wow