ସଂସଦରେ ହେବ କି ବଡ଼ ରାଜନୈତିକ ଖେଳ ? ମହିଳା ସଂରକ୍ଷଣ- ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ଚର୍ଚ୍ଚା !

Aug 24, 2026 - 12:06
 0  1
ସଂସଦରେ ହେବ କି ବଡ଼ ରାଜନୈତିକ ଖେଳ ? ମହିଳା ସଂରକ୍ଷଣ- ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ଚର୍ଚ୍ଚା !

ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବାରେ ସହଯୋଗ କରିବାକୁ କହିଛନ୍ତି । ମହିଳାଙ୍କ ପ୍ରତିନିଧିତ୍ୱ ଓ ସଶକ୍ତିକରଣ କଥା କହୁଥିଲେ, ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥାକୁ ସମର୍ଥନ କରିବାକୁ ସେ ଅପିଲ୍‌ କରିଛନ୍ତି ।

 ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା । ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲେ ମଧ୍ୟ ସଂସଦର ଅଧିବେଶନ ଆନୁଷ୍ଠାନିକ ଭାବେ ସ୍ଥଗିତ ହୋଇନଥିବାରୁ ରାଜନୈତିକ ମହଲରେ ବିଭିନ୍ନ ଆକଳନ ଆରମ୍ଭ ହୋଇଛି । ସରକାର ପୁଣି ଥରେ ଏହି ଦୁଇ ବିଲ୍‌କୁ ସଂସଦରେ ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।
ରବିବାର ବିଜେପି ପକ୍ଷରୁ ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବାକୁ ପୁଣି ଅପିଲ୍‌ କରାଯାଇଛି । ଶନିବାର ପୁଣେରେ ଆୟୋଜିତ ‘ଛାତ୍ରଙ୍କ ଗୁଞ୍ଜ’ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ମହିଳା ସଶକ୍ତିକରଣ ଓ ପିତୃସତ୍ତାତ୍ମକ ଚିନ୍ତାଧାରା ନେଇ ମତ ରଖିଥିଲେ । ଏହାପରେ ବିଜେପି ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛି । 

ବିଜେପି ନେତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବାରେ ସହଯୋଗ କରିବାକୁ କହିଛନ୍ତି । ମହିଳାଙ୍କ ପ୍ରତିନିଧିତ୍ୱ ଓ ସଶକ୍ତିକରଣ କଥା କହୁଥିଲେ, ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥାକୁ ସମର୍ଥନ କରିବାକୁ ସେ ଅପିଲ୍‌ କରିଛନ୍ତି । ଏହାକୁ ନେଇ ଉଭୟ ବିଲ୍‌କୁ ଆଗକୁ ବଢ଼ାଇବା ନେଇ ସରକାର ପ୍ରସ୍ତୁତି କରୁଥିବା ଚର୍ଚ୍ଚା ଜୋର ଧରିଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏନେଇ ସରକାର ପଦକ୍ଷେପ ନେଇପାରେ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି ।

ଅଗଷ୍ଟ ୧୩ରେ ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲା । ହେଲେ ଏହାର ଆନୁଷ୍ଠାନିକ ଭାବେ ଅଧିବେଶନ ଏଯାଏଁ ହୋଇନଥିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ସାଧାରଣତଃ ଅଧିବେଶନ ମୁଲତବୀ ଓ ଅଧିବେଶନ ସ୍ଥଗିତ ନ ହେବା ମଧ୍ୟରେ କିଛି ଦିନର ବ୍ୟବଧାନ ରହିଥାଏ । କିନ୍ତୁ ଏଥର ଅସ୍ୱାଭାବିକ ବିଳମ୍ବ ଦେଖିବାକୁ ମିଳୁଛି । ସେ ପ୍ରଶ୍ନ କରିଛନ୍ତି, ଏହି ବିଳମ୍ବ ପଛରେ କ’ଣ କୌଣସି ବଡ଼ ରାଜନୈତିକ ଯୋଜନା ରହିଛି ? ସରକାର କ’ଣ ପରିସୀମନ ସମ୍ପର୍କିତ ସାମ୍ବିଧାନିକ ସଂଶୋଧନ ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଛି କି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।
ଏପଟେ ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣକୁ ନେଇ ବିଜେପିର ଦାବି ଏବଂ କଂଗ୍ରେସର ପ୍ରଶ୍ନ ମଧ୍ୟରେ ଜାତୀୟ ରାଜନୀତି ଏବେ ସରଗରମ । ସରକାର ଏହି ବିଲ୍‌ଗୁଡ଼ିକୁ କେବେ ଓ କେଉଁ ରୂପରେ ସଂସଦରେ ଆଣୁଛି, ତା’ ଉପରେ ଏବେ ସମସ୍ତଙ୍କ ନଜର ।

What's Your Reaction?

like

dislike

love

funny

angry

sad

wow