ସମ୍ବଲପୁରରେ ୧୫ଶହ ହେକ୍ଟର ଚାଷ ଜମିରେ କରାଯିବ ମିଲେଟ ଚାଷ

Jul 24, 2024 - 15:55
 0  2
ସମ୍ବଲପୁରରେ ୧୫ଶହ ହେକ୍ଟର ଚାଷ ଜମିରେ କରାଯିବ ମିଲେଟ ଚାଷ

ଚଳିତ ବର୍ଷ ସମ୍ବଲପୁରରେ ୧୫ଶହ ହେକ୍ଟର ଚାଷ ଜମିରେ କରାଯିବ ମିଲେଟ ଚାଷ । ଏନେଇ ସମ୍ବଲପୁର ଜିଲ୍ଲା ମିଲେଟ ମିଶନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଧାଂଶୁ ରାୟଗୁରୁ ଦେଇଛନ୍ତି ସୁଚନା । ସେ କହିଛନ୍ତି ଯେ ମିଲେଟ ଚାଷୀଙ୍କୁ ପ୍ରୋତ୍ସାହନ କରିବାକୁ ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ମାଣ୍ଡିଆର କୁଇଣ୍ଟାଲ ପ୍ରତି ସର୍ବନିମ୍ନ ଦର ବୃଦ୍ଧି କରାଯାଇ ୪୨୯୦ ଟଙ୍କା କରାଯାଇଛି। ଏହାସହ ସମ୍ବଲପୁର ସହରରେ ମିଲେଟ କେଫେ ଓ ମିଲେଟ ଆଉଟଲେଟ ଖୋଲାଯିବ ବୋଳି ସେ ସୁଚନା ଦେଇଛନ୍ତି। ଜିଲ୍ଲାର ଜୁଯୋମୁରା, ରେଢ଼ାଖୋଲ,ନାକଟିଦେଉଳ, କୁଚିଣ୍ଡା, ଜମନକିରା, ବାମରା ପ୍ରମୁଖ ୬ ଗୋଟି ବ୍ଳକରେ ବର୍ତ୍ତମାନ ସଫଳତା ସହ ଚାଷୀ ମିଲେଟ ଚାଷ କରୁଛନ୍ତି। ଏହି ସବୁ ବ୍ଳକରେ ସ୍ଥାନୀୟ ଏସ୍ଏଚଜି ମାନେ ଚାଷୀଙ୍କ ଠାରୁ ଉତ୍ପାଦିତ ହୋଇଥିବା ମିଲେଟ ସଂଗ୍ରହ କରି ସେଥିରୁ ବହୁ ସୁସ୍ୱାଦୁ ଖାଦ୍ୟବଞ୍ଜନ ପ୍ରସ୍ତୂତ କରି ବିକ୍ରି କରିବା ପାଇଁ ଏହି ସବୁ ବ୍ଳକରେ ଏସ୍ଏଚଜି ମିଲେଟ ଟିଫିନ୍ ସେଣ୍ଟର ଆରମ୍ଭ କରାଯିବ। ତେବେ ସମ୍ବଲପୁର ଜିଲ୍ଲାରେ ଏଥିପାଇଁ ମିଲେଟ ଚାଷ କରିବାକୁ ଚାଷୀଙ୍କୁ ବହୁ ପ୍ରୋତ୍ସାହିତ କରାଯାଉଛି।

What's Your Reaction?

like

dislike

love

funny

angry

sad

wow