ହିଣ୍ଡେନବର୍ଗ ଆଣିଥିବା ସଙ୍ଗୀନ ଅଭିଯୋଗରେ ନୂଆ ମୋଡ

Aug 12, 2024 - 13:50
 0  2
ହିଣ୍ଡେନବର୍ଗ ଆଣିଥିବା ସଙ୍ଗୀନ ଅଭିଯୋଗରେ ନୂଆ ମୋଡ

ସେବି ମୁଖ୍ୟ ମାଧବୀ ପୁରୀ ବୁଚଙ୍କ ନାଁରେ ହିଣ୍ଡେନବର୍ଗ ଆଣିଥିବା ସଙ୍ଗୀନ ଅଭିଯୋଗରେ ଆସିଛି ନୂଆ ମୋଡ । ନିଜର ପକ୍ଷ ରଖି ଦୁଇ ପୃଷ୍ଠାର ପ୍ରତିକ୍ରିୟା ଜାରି କରିଛନ୍ତି ମାଧବୀ । ରବିବାର ରାତିରେ ହିଣ୍ଡେନବର୍ଗ ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ମାଧବୀଙ୍କ ଉପରେ ଆକ୍ରମଣକୁ ଶାଣିତ କରିବା ସହ ଆହୁରି ଅନେକ ପ୍ରଶ୍ନ ପଚାରିଛି। ସେବି ମୁଖ୍ୟ ଦେଇଥିବା ଉତ୍ତର ଉପରେ ପ୍ରତିକ୍ରିୟା ରଖି ହିଣ୍ଡେନବର୍ଗ ପକ୍ଷରୁ କୁହାଯାଇଛି ଯେ ନିଜ ପ୍ରତିକ୍ରିୟାରେ ଅନେକ କଥା ସ୍ୱୀକାର କରିଛନ୍ତି ସେବି ମୁଖ୍ୟ। ମାଧବୀ ଜାରି କରିଥିବା ଦୁଇ ପୃଷ୍ଠାର ପ୍ରତିକ୍ରିୟାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ବନ୍ଧୁ ଫଣ୍ଡ ପରିଚାଳନା କରୁଥିବା ସେ ମାନିଛନ୍ତି ବୋଲି ନିଜ ପୋଷ୍ଟରେ ଉଲେଖ କରିଛି ହିଣ୍ଡେନବର୍ଗ। ସେହି ସମୟରେ ତାଙ୍କ ସ୍ୱାମୀ ଆଦାନୀ କମ୍ପାନୀରେ ଥିଲେ ନିର୍ଦ୍ଦେଶକ। ବୁଚ୍ ନିଜେ ଭାରତ ଓ ସିଙ୍ଗାପୁରରେ ଗଠନ କରିଥିଲେ ଦୁଇଟି କନସଲଟିଂ କମ୍ପାନୀ। ଯାହା ୨୦୧୭ରେ ସେ ସେବି ମୁଖ୍ୟ ହେବା ପରେ ହୋଇଯାଇଥିଲା ନିଷ୍କ୍ରିୟ। ୨୦୧୯ରେ ସେହି ଦୁଇ କମ୍ପାନୀର ମଙ୍ଗ ସମ୍ଭାଳିଥିଲେ ତାଙ୍କ ସ୍ୱାମୀ। ଭାରତ କମ୍ପାନୀରେ ତାଙ୍କର ୯୯ପ୍ରତିଶତ ଅଂଶୀଦାର ଥିବା ବେଳେ ସିଙ୍ଗାପୁର କମ୍ପାନୀରେ ସେ ଥିଲେ ୧୦୦ ପ୍ରତିଶତ ସହଭାଗୀ । ସେବିରେ କାର୍ୟ୍ୟ କରୁଥିବା ସମୟରେ ମାଧବୀ ନିଜ ସ୍ୱାମୀଙ୍କ ନାମରେ ବିଭିନ୍ନ କାରବାରରେ ଜଡ଼ିତ ଥିଲେ। ତାଙ୍କ କମ୍ପାନୀ ଯେଉଁ କ୍ଲାଏଣ୍ଟ ମାନଙ୍କୁ ସେବା ପ୍ରଦାନ କରୁଥିଲା, ସେଗୁଡ଼ିକ ସେବି ନିୟନ୍ତ୍ରଣରେ ଅଛି କି  ବୋଲି ମାଧବୀଙ୍କୁ ପ୍ରଶ୍ନ କରିଛି ହିଣ୍ଡେନବର୍ଗ।

What's Your Reaction?

like

dislike

love

funny

angry

sad

wow