୨ ଦିନ ପାଇଁ ଓଡିଶାକୁ କୁହୁଡି ଚେତାବନୀ

ଆସନ୍ତା ୨ ଦିନ ପାଇଁ ଓଡିଶାକୁ ଦିଆଯାଇଛି କୁହୁଡି ଚେତାବନୀ । ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ହେବାର ରହିଛି ସମ୍ଭାବନା । ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକରେ ଘନ କୁହୁଡି ଆଶଙ୍କା ରହିଥିବାବେଳେ ଗଞ୍ଜାମ, ଗଜପତି, ନୟାଗଡରେ ହାଲୁକାରୁ ମଧ୍ୟମ ଧରଣ କୁହୁଡି ଚେତାବନୀ ଜାରି କରିଛି ପାଣିପାଗବି ଭାଗ । ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ଯ ଅନୁଭୂତ ହେବ କୁହୁଡି। ତେବେ କୁହୁଡିକୁ ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨ ଦିନ ସର୍ବନିମ୍ନ ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ ।
What's Your Reaction?






