ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତା୬ରେ ବିଜେଡିର ବିକ୍ଷୋଭ
ଓଡିଶାରେ ଦରବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନିଶାଣ କରିଛି ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତା ୬ ତାରିଖରେ ଭୁବନେଶ୍ଵରରେ ଲୋୟର ପିଏମଜିରୁ ଲୋକସେବା ଭବନ ଆଗରେ ବିଜୁ ଜନତା ଦଳ ପକ୍ଷରୁ କରାଯିବ ବିକ୍ଷୋଭ। ସାମ୍ଵାଦିକ ସମ୍ମିଳନୀରେ ଏନେଇ ବିଜେଡି ପକ୍ଷରୁ ଦିଆଯାଇଛି ସୂଚନା । ଦରଦାମ୍ ବୃଦ୍ଧି ନେଇ ସାମ୍ଵାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା। ଡବଲ ଇଞ୍ଜିନ ସରକାର ଆସିବା ପରେ ହୁ ହୁ ହୋଇ ବଢୁଛି ଦରଦାମ୍ । ଏଥିରେ ହନ୍ତସନ୍ତ ହେଉଛନ୍ତି ଓଡ଼ିଶାବାସୀ । ଓଡ଼ିଶାବାସୀଙ୍କ ସ୍ଵାର୍ଥ ଓ ସ୍ଵାଭିମାନ ପାଇଁ ଲଢ଼ିବ ବିଜେଡି । ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍ ଥିବା ବେଳେ କାହିଁକି ପେଟ୍ରୋଲ ଓ ଡିଜେଲ ଦର କମୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟଦାସ ବର୍ମା ।
What's Your Reaction?