ନିର୍ମାଣାଧୀନ ପାଣି ଟାଙ୍କି ତଳୁ ଯୁବକଙ୍କ ମୃତଦେହ, ଠେଲି ଦେଇଥିବା ସନ୍ଦେହ

Sep 17, 2026 - 14:28
 0  1
ନିର୍ମାଣାଧୀନ ପାଣି ଟାଙ୍କି ତଳୁ ଯୁବକଙ୍କ ମୃତଦେହ, ଠେଲି ଦେଇଥିବା ସନ୍ଦେହ

ରାଉରକେଲାରେ ନିର୍ମାଣାଧୀନ ପାଣି ଟାଙ୍କି ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର । ଲାଠିକଟା ଥାନା ଅନ୍ତର୍ଗତ ତ୍ରିନାଥ କଲୋନୀ ନିକଟରେ ଘଟିଛି ଏହି ଘଟଣା। ମୃତ ଯୁବକ ହେଲେ ଅଭିଷେକ ମାହାଲି । 

 ରାଉରକେଲାରେ ନିର୍ମାଣାଧୀନ ପାଣି ଟାଙ୍କି ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର । ଲାଠିକଟା ଥାନା ଅନ୍ତର୍ଗତ ତ୍ରିନାଥ କଲୋନୀ ନିକଟରେ ଘଟିଛି ଏହି ଘଟଣା। ମୃତ ଯୁବକ ହେଲେ ଅଭିଷେକ ମାହାଲି । ନିର୍ମାଣାଧୀନ ପାଣି ଟାଙ୍କି ତଳେ ଅଭିଷେକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯୁବକଙ୍କୁ କେହି ପାଣି ଟାଙ୍କି ଉପରୁ ଠେଲି ଦେଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । 

ଖବର ପାଇ ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ଦୁର୍ଘଟଣା ନା ଯୁବକଙ୍କୁ ଠେଲି ଦିଆଯାଇଛି, ସେନେଇ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

What's Your Reaction?

like

dislike

love

funny

angry

sad

wow