୨୦୨୭ ନଭେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ
୨୦୨୭ ନଭେମ୍ବର ସୁଦ୍ଧା ସରିବ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ କାମ । ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ରେଳ କିଣିବାକୁ ରଖାଯାଇଛି ଯୋଜନା । ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ବିଭିନ୍ନ ସ୍ଥାନରୁ ୫୦-୬ ୦ ମିଟର ତଳୁ ମାଟି ନେଇ ଦିଲ୍ଲୀ ଓ କଟକ ଲାବୋରେଟରୀରେ କରାଯାଉଛି ମାଟି ପରୀକ୍ଷା । ଆଗାମୀ ୨ମାସ ମଧ୍ୟରେ ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ ଡିଜାଇନ । ତ୍ରିଶୁଳିଆ ଫୁଲପୋଖରି ରତାଗଡ଼ ଠାରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ମେଣ୍ଟେନାନସ୍ ଡିପୋ ତିଆରି କାମ ମଧ୍ୟ ଚାଲୁ ରହିଛି ।ତେବେ ଭୂମୀଠାରୁ ୧୩ମିଟର ଉଚ୍ଚରେ ଚାଲିବ ମେଟ୍ରୋ । ପ୍ରତି ୧୦ ମିନିଟ୍ ବ୍ୟବଧାନରେ ଚାଲିବ ମେଟ୍ରୋ ରେଳ। ଏନେଇ ସୂଚନା ଦେଇଛନ୍ତି ମଟ୍ରୋ ରେଳ କର୍ପୋରେସନ୍ କର୍ତ୍ତୃପକ୍ଷ ।
What's Your Reaction?