ଆଉ ଦ୍ରୃତ ଗତିରେ ଚାଲିପାରିବନି ମୋ ବସ୍

ଆଉ ଦ୍ରୃତ ଗତିରେ ଚାଲିପାରିବନି ମୋ ବସ୍

ମୋ ବସ ବେଗରେ ଲାଗିଲା ବିରତି। ଏଣିକି ଦୃତ ଗତିରେ ଚଳାଇ ହେବନି ମୋ ବସ୍। ବେପରୁଆ ଗାଡ଼ି ଚଳାଉଥିବା ମୋ ବସ ଡ୍ରାଇଭରଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ମୋ ବସରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ସହର ଭିତରେ ୪୦ କିମି ଏବଂ ସହର ବାହାରକୁ ଗଲେ ୫୦ କିମି ରହିବ ଗାଡ଼ିର ବେଗ। ଡ୍ରାଇଭର ନିଶାପାନ କରିଛନ୍ତି କି ନାହିଁ ଗାଡ଼ିରେ ଚଢିବା ପୂର୍ବରୁ ହେବ ଯାଞ୍ଚ। ମଝିରେ ମଝିରେ ମଧ୍ୟ ଯାଞ୍ଚ ହେବ। ବେପରୁଆ ଗାଡ଼ି ଚଲାଇଲେ ଡ୍ରାଇଭର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।