ଅଧିକ କାମ କରିବା ପରେ ବି ରହୁଛନ୍ତି କି ଚାପଗ୍ରସ୍ତ ? ତେବେ ଆପଣାନ୍ତୁ ଏହି ଉପାୟ

Sep 28, 2026 - 12:08
ଅଧିକ କାମ କରିବା ପରେ ବି ରହୁଛନ୍ତି କି ଚାପଗ୍ରସ୍ତ ? ତେବେ ଆପଣାନ୍ତୁ ଏହି ଉପାୟ

ଆଜିର ଏହି ଦ୍ରୁତ ଗତିଶୀଳ ଦୁନିଆରେ ସର୍ବଦା ବ୍ୟସ୍ତ ରହିବା ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ରହିବାକୁ ସଫଳତା କିମ୍ବା ଦକ୍ଷତା ଭାବେ ଗ୍ରହଣ କରାଯାଏ। କିନ୍ତୁ ପରିସ୍ଥିତି ହାତରୁ ବାହାରିଯିବା 

 ଆଜିର ଏହି ଦ୍ରୁତ ଗତିଶୀଳ ଦୁନିଆରେ ସର୍ବଦା ବ୍ୟସ୍ତ ରହିବା ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ରହିବାକୁ ସଫଳତା କିମ୍ବା ଦକ୍ଷତା ଭାବେ ଗ୍ରହଣ କରାଯାଏ। କିନ୍ତୁ ପରିସ୍ଥିତି ହାତରୁ ବାହାରିଯିବା ଓ ଅତ୍ୟଧିକ ପରିଶ୍ରମ ଯୋଗୁଁ ଶରୀର ଓ ମନ ଭାଙ୍ଗି ପଡ଼ିବା ପୂର୍ବରୁ ଏହାର ସୂଚନା ପାଇବା ଅତ୍ୟନ୍ତ ଜରୁରୀ। 
ପ୍ରସିଦ୍ଧ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ଡକ୍ଟର ଜୁଲି ସ୍ମିଥ୍‌ଙ୍କ ଅନୁଯାୟୀ, ଯେତେବେଳେ ଆପଣ ଅନୁଭବ କରନ୍ତି ଯେ ଆପଣଙ୍କ କାମର ପ୍ରଦର୍ଶନ କମିଯାଉଛି, କିନ୍ତୁ ଆପଣ ପୂର୍ବ ଅପେକ୍ଷା ଅଧିକ କଠିନ ପରିଶ୍ରମ କରୁଛନ୍ତି, ତେବେ ଏହା ବର୍ଣ୍ଣଆଉଟ୍‌ର ଲକ୍ଷଣ ହୋଇପାରେ।

ବର୍ଣ୍ଣଆଉଟ୍‌ର ୪ଟି ପ୍ରମୁଖ ଲକ୍ଷଣ:
୧. ଲୋକଙ୍କଠାରୁ ଦୂରେଇ ରହିବା : ଡକ୍ଟର ଜୁଲିଙ୍କ ମତେ, ଶାରୀରିକ ଏବଂ ଭାବପ୍ରବଣ ଭାବରେ କ୍ଲାନ୍ତ ହୋଇପଡ଼ିଥିବାର ଏହା ଏକ ପ୍ରମୁଖ ସଙ୍କେତ। ଆପଣ ନିଜ ପାଖାପାଖି ଥିବା ଲୋକଙ୍କଠାରୁ ଅଲଗା ହେବାକୁ ଲାଗିବେ। ଉଦାହରଣ ସ୍ୱରୂପ, ଆପଣଙ୍କ ସାଥୀ କିମ୍ବା ବନ୍ଧୁମାନଙ୍କ ସହିତ ଆପଣଙ୍କର ଅଧିକ ଯୁକ୍ତିତର୍କ ହୋଇପାରେ।
୨. ପ୍ରୋକ୍ରାଷ୍ଟିନେସନ୍ : ଯେଉଁ କାମଗୁଡ଼ିକୁ ଆପଣ ଆଜି କରିବା କଥା, ସେଗୁଡ଼ିକୁ ଅନ୍ୟ ସମୟ ପାଇଁ ଟାଳି ଦେବାକୁ ପ୍ରୋକ୍ରାଷ୍ଟିନେସନ୍ କୁହାଯାଏ। ବର୍ଣ୍ଣଆଉଟ୍ ସମୟରେ ଛୋଟ ଛୋଟ କାମଗୁଡ଼ିକ ମଧ୍ୟ ଅତ୍ୟନ୍ତ ବଡ଼ ଏବଂ କଷ୍ଟକର ବୋଲି ମନେ ହୁଏ, ଯାହାଫଳରେ ଆପଣ ସେଗୁଡ଼ିକୁ ପଛକୁ ପକାଇ ଦିଅନ୍ତି।
୩. ନିଜ ଯତ୍ନ ନେବା ବନ୍ଦ କରିଦେବା  ଯଦି ଆପଣ ବର୍ଣ୍ଣଆଉଟ୍‌ର ଶିକାର ହୋଇଛନ୍ତି,ବିଶେଷ କରି ନିଜର ଯତ୍ନ ନେବା ଆପଣ ଭୁଲିଯାଆନ୍ତି। ବ୍ୟାୟାମ, ସଠିକ୍ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ଶୋଇବା ପ୍ରତି ଆଉ ଆଗ୍ରହ ରହେନି। ପୂର୍ବପରି ବନ୍ଧୁବାନ୍ଧବଙ୍କ ସହ ମିଶିବାକୁ ମଧ୍ୟ ଭଲ ଲାଗେନାହିଁ।
୪. ଅତ୍ୟଧିକ କ୍ଲାନ୍ତି: ଏହା ଶାରୀରିକ ଏବଂ ଭାବପ୍ରବଣ ଉଭୟ ପ୍ରକାରର ହୋଇପଡ଼େ। ଆପଣ ଶରୀରରେ କ୍ଲାନ୍ତ ଥିଲେ ମଧ୍ୟ ମାନସିକ ସ୍ତରରେ ଅଧିକ ସତର୍ତ ରହି, ରାତିରେ ଭଲ ଭାବରେ ଶୋଇପାରନ୍ତି ନାହିଁ।
ଏଥିରୁ ବର୍ତ୍ତିବାର ଉପାୟଗୁଡ଼ିକ:
•    'ନା' କହିବା ଶିଖନ୍ତୁ: ପ୍ରତ୍ୟେକ ଅନୁରୋଧ କିମ୍ବା ସୁଯୋଗରେ 'ହଁ' କହିବା ଜରୁରୀ ନୁହେଁ। ଯେତେବେଳେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଶ୍ନବାଚୀ ସୃଷ୍ଟି କରେ, ସେତେବେଳେ ଅଗ୍ରାଧିକାର ଭିତ୍ତିରେ 'ନା' କହିବାକୁ ଅଭ୍ୟାସ କରନ୍ତୁ।
•    ଆତ୍ମ-ଯତ୍ନକୁ ପ୍ରାଥମିକତା ଦିଅନ୍ତୁ: ଭଲ ନିଦ, ସନ୍ତୁଳିତ ଖାଦ୍ୟ, ଜଳୀୟ ଅଂଶ, ବ୍ୟାୟାମ ଏବଂ ସାମାଜିକ ସମୟକୁ ଆପଣଙ୍କ ଦୈନନ୍ଦିନ ତାଲିକାର ଶୀଘ୍ର ସ୍ଥାନ ଦିଅନ୍ତୁ। ଏହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ।
•    ନିଜର ମୂଲ୍ୟବୋଧକୁ ପୁନର୍ବିଚାର କରନ୍ତୁ: ଯେଉଁ କାମଗୁଡ଼ିକ ଆପଣଙ୍କ ନିଜର ମୂଲ୍ୟବୋଧ ସହିତ ମେଳ ଖାଏ ନାହିଁ, ସେଥିରେ ଅଧିକ ପରିଶ୍ରମ କଲେ ବର୍ଣ୍ଣଆଉଟ୍ ହେବାର ସମ୍ଭାବନା ଅଧିକ ରହିଥାଏ।
•    ସାହାଯ୍ୟ କିମ୍ବା ପରାମର୍ଶ ନିଅନ୍ତୁ: ମାନସିକ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ ଜଣେ ବିଶ୍ୱାସଯୋଗ୍ୟ ବନ୍ଧୁ କିମ୍ବା ଜଣେ ବୃତ୍ତିଗତ ବିଶେଷଜ୍ଞଙ୍କ ସାହାଯ୍ୟ ନେବାକୁ କେବେବି ପଛାନ୍ତୁ ନାହିଁ। 

What's Your Reaction?

like

dislike

love

funny

angry

sad

wow