ଆକସ୍ମାତ ମୃତ୍ୟୁ ପାଇଁ ଦାୟୀ ନୁହେଁ କରୋନା ଟିକା

ଦେଶରେ ଦିନକୁ ଦିନ ବଢୁଛି ଆକସ୍ମାତ ମୃତ୍ୟୁ ସଂଖ୍ୟା । ବିଶେଷ କରି ଏହାର ଅଧିକ ଶିକାର ହେଉଛନ୍ତି ଯୁବପିଢ଼ି। ତେବେ ଆକସ୍ମାତ ମୃତ୍ୟୁ ପାଇଁ ଦାୟୀ ନୁହେଁ କରୋନା ଟିକା। ଏହାପଛରେ କରୋନା ଟିକାର ନାହିଁ କୌଣସି ଭୂମିକା। ଆଜି ସଂସଦରେ ଏଭଳି ସ୍ପଷ୍ଟିକରଣ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା।ତେବେ ଦେଶରେ କରୋନା ସଙ୍କଟ ପରେ ହଠାତ୍ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ନେଇ ଅନେକ ରିପୋର୍ଟରେ କରାଯାଉଥିଲା ଦାବି । ଏବେ ଏହାକୁ ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ତଥା ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନର ରିପୋର୍ଟକୁ ସରକାର ସଂସଦ ଏବଂ ଅଦାଲତରେ କରିଛନ୍ତି ଉପସ୍ଥାପନ। କୋଭିଡ ଟିକା ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଆକସ୍ମିକ ମୃତ୍ୟୁ ହେବାର ଆଶଙ୍କା ବଢ଼ୁନି ବରଂ ଏହି ବିପଦ ହ୍ରାସ ପାଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ।
What's Your Reaction?






