ଆଜି ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ ଡୋନାଲ୍ଡ ଟ୍ରମ୍ପ
ବଦଳିବ ଆମେରିକା ଇତିହାସ। ଆଜି ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ ଡୋନାଲ୍ଡ ଟ୍ରମ୍ପ । ବିଶ୍ବର ସର୍ବଶକ୍ତିମାନ ରାଷ୍ଟ୍ରର ଦ୍ବିତୀୟ ଥର ଲାଗି ମୁକୁଟ ପିନ୍ଧିବେ ଟ୍ରମ୍ପ । ଏକ ଭରପୂର ଉତ୍ସବରେ ଶପଥ ନେବା ପରେ ସେ ଦେବେ ଉଦବୋଧନ ।ଏହା ପରେ ଯିବେ ହ୍ବାଇଟ ହାଉସ । ତାଙ୍କୁ ଶପଥ କରାଇବେ ସର୍ବୋଚ୍ଚଅଦାଲତ ପ୍ରଧାନ ବିଚାରପତି ଜନ ରବର୍ଟସ । ବିଶ୍ବର ୨୩ଟି ରାଷ୍ଟ୍ରର ପ୍ରାୟ ୭ ହଜାର ୫୦୦ ଅତିଥି ଏହି ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ । ପରେଡରେ ଭାଗ ନେବେ ଆମେରିକାର ସେନା, ସାମୁଦ୍ରିକ ସେନା, ନୌସେନା, ବାୟୁସେନା, ତଟରକ୍ଷୀ ବାହିନୀ ଓ ମର୍ଚ୍ଚାଣ୍ଟ ମାରିନ ଏକାଡେମି ।ଉତ୍ସବରେ ସାମିଲ ହେବେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଟେସଲା ଓ ସ୍ପେସ ଏକ୍ସ ସିଇଓ ଏଲନ ମସ୍କ, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଆପଲ ସିଇଓ ଟିମ୍ କୁକ, ଓପନ ଏଆଇ ସିଇଓ ସାମ୍ ଅଲଟମ୍ଯାନ, ମେଟା ସିଇଓ ମାର୍କ ଜୁକରବର୍ଗ, ଟିକ ଟକ ସିଇଓ ସୋଉଚ ଜି ଚିଉ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ଯକ୍ଷ ମୁକେଶ ଅମ୍ବାନୀ ଓ ରିଲାଏନ୍ସ ଫାଉଣ୍ଡେସନ ଅଧ୍ଯକ୍ଷା ନୀତା ଅମ୍ବାନୀ ପ୍ରମୁଖ। ସେହିପରି ଉତ୍ସବରେ ସାମିଲ ହେବେ ନାହିଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ, ଉତ୍ତରକୋରିଆ ମୂଖ୍ଯ ଲିଡର କିମ ଜଙ୍ଗ ଉନ।
What's Your Reaction?