ଆଜି ବୃନେଇରେ ଦ୍ୱିପାକ୍ଷିକ ବୈଠକ ପରେ ସିଙ୍ଗାପୁର ବାହାରିବେ ମୋଦି
ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଦକ୍ଷିଣ ପୂର୍ବ ଏସିଆରେ ଅବସ୍ଥିତ ଛୋଟ ଦେଶ ବ୍ରୁନେଇ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କ ସ୍ୱତନ୍ତ୍ର ବିମାନ ଅପରାହ୍ନ ୩ଟାରେ ବ୍ରୁନେଇ ଦାରୁସଲାମ ବିମାନବନ୍ଦରରେ କରିଥିଲା ଅବତରଣ। ସେଠାକାର ସରକାର କ୍ରାଉନ୍ ପ୍ରିନ୍ସ ହାଜି ଅଲ୍-ମୁହତାଦି ବିଲ୍ଲାଙ୍କୁ ଆତିଥେୟତା ପ୍ରଦର୍ଶନ ଭାବରେ ଗ୍ରହଣ କରିବାକୁ ପଠାଇଥିଲେ। ବୁଧବାର ସୁଲତାନ ହାଜି ହସନାଲ ବୋଲିକାଏଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ । ପରେ ବିଳମ୍ବିତ ସନ୍ଧ୍ୟାରେ ସିଙ୍ଗାପୁର ଅଭିମୁଖେ କରିବେ ଯାତ୍ରା। ବ୍ରୁନେଇରେ ମୋଦୀଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ ହେବ ପ୍ରତିରକ୍ଷା ଏବଂ ଶକ୍ତି ସମ୍ପର୍କ । ବ୍ରୁନେଇ ନିଜର ପ୍ରତିରକ୍ଷା ବଜେଟ ବୃଦ୍ଧି କରିଥିବାରୁ ଭାରତକୁ ସେଠାରେ ମିଳିପାରେ କିଛି ବଡ଼ ସୁଯୋଗ। ଏହାବ୍ୟତୀତ ଶକ୍ତି ଭଣ୍ଡାର ଦୃଷ୍ଟିରୁ ମଧ୍ୟ ଏହି ଦେଶ ବହୁତ ସମୃଦ୍ଧ। ଭାରତ ଏବେ ବି ବ୍ରୁନେଇରୁ ବହୁ ପରିମାଣରେ ଅଶୋଧିତ ତୈଳ କରୁଛି ଆମଦାନୀ ।
What's Your Reaction?