ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଯୋଗ ନିତାନ୍ତ ଆବଶ୍ୟକ । କେବଳ ଆଜି ନୁହେଁ, ଦୈନନ୍ଦିନ ଯୋଗ କରିବା ଆବଶ୍ୟକ।”ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ତେବେ ଏଥରର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ । ୨୦୧୫ ମସିହାଠାରୁ ଆରମ୍ଭ ହୋଇଥିବା ଯୋଗ ଦିବସ ବର୍ତ୍ତମାନ ପାଳନ କରୁଛନ୍ତି ବିଶ୍ବର ବିଭିନ୍ନ ରାଷ୍ଟ୍ର। ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା ,ଯାହାକୁ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ଜାତିସଂଘ ।
What's Your Reaction?