ଆମେରିକାର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଇଟା ପଥର ମାରି କାଚ ଭାଙ୍ଗିଦେଲେ

Oct 3, 2026 - 15:41
ଆମେରିକାର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଇଟା ପଥର ମାରି କାଚ ଭାଙ୍ଗିଦେଲେ

ଆକ୍ରମଣ ସମୟରେ ମନ୍ଦିର ପରିସର ଭିତରେ ପୂଜାରୀ ଏବଂ କିଛି ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଭୟର ଏକ ବାତାବରଣ ସୃଷ୍ଟି ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। କିନ୍ତୁ ଇଟା ମାଡ଼ରେ ମନ୍ଦିରର ଝରକା କାଚ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୂନା ହୋଇଯାଇଛି।

 ଆମେରିକାର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ । ଇଟା ପଥର ମାଡ଼ରେ ଶ୍ରୀ ସ୍ୱାମୀନାରାୟଣ ଧାମ ମନ୍ଦିରର କାଚ ଭଙ୍ଗାଗଲା ଘଟଣାକୁ ନେଇ ପ୍ରବାସୀ ହିନ୍ଦୁ ମଧ୍ୟରେ ଅସନ୍ତୋଷ। ଆମେରିକାର ରିଚମଣ୍ଡ ହାଇଟ୍ସ ଅଞ୍ଚଳରେ ରହିଥିବା 'ଶ୍ରୀ ସ୍ୱାମୀନାରାୟଣ ବଡ଼ତାଳ ଧାମ ମନ୍ଦିର' ଉପରେ ଏହି ଆକ୍ରମଣ ହୋଇଛି । କିଛି ଦୁର୍ବୃତ୍ତ ମନ୍ଦିରକୁ ଟାର୍ଗେଟ୍ କରି ଅତର୍କିତ ଭାବେ ଇଟା ଓ ପଥର ମାଡ଼ କରିଥିଲେ। 

ଆକ୍ରମଣ ସମୟରେ ମନ୍ଦିର ପରିସର ଭିତରେ ପୂଜାରୀ ଏବଂ କିଛି ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଭୟର ଏକ ବାତାବରଣ ସୃଷ୍ଟି ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। କିନ୍ତୁ ଇଟା ମାଡ଼ରେ ମନ୍ଦିରର ଝରକା କାଚ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୂନା ହୋଇଯାଇଛି। ଘଟଣା ପରେ 'ହିନ୍ଦୁ ଆମେରିକାନ ଫାଉଣ୍ଡେସନ୍' ଏହାକୁ ଏକ ସମ୍ଭାବ୍ୟ 'ହେଟ୍ କ୍ରାଇମ୍' ବା ଘୃଣାଜନକ ଅପରାଧ ବୋଲି କହିଛି। ମନ୍ଦିର ବାହାରେ ଲାଗିଥିବା ସିସିଟିଭ କ୍ୟାମେରାରେ ସମସ୍ତ ଘଟଣା କଏଦ ହୋଇଛି। ସଂଗଠନ ପକ୍ଷରୁ ଏହି ସିସିଟିଭ ଫୁଟେଜ୍ ସ୍ଥାନୀୟ ପ୍ରଶାସନ, ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ଏବଂ ସିଭିଲ୍ ରାଇଟ୍ସ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି।

-ଆମେରିକାରେ ମନ୍ଦିରକୁ ଟାର୍ଗେଟ 
-ଆମେରିକାରେ ଗତ ୫ ବର୍ଷ ଭିତରେ ହିନ୍ଦୁ ମନ୍ଦିରଗୁଡ଼ିକୁ ବାରମ୍ବାର ଟାର୍ଗେଟ 
-୧୫ରୁ ଅଧିକ ଭଙ୍ଗାଭଙ୍ଗା ଏବଂ ନିନ୍ଦନୀୟ କାଣ୍ଡ ଘଟିଛି
-ନ୍ୟୁୟର୍କ, କାଲିଫର୍ନିଆ ଏବଂ ଅନ୍ୟାନ୍ୟ ସ୍ଥାନର ମନ୍ଦିରକୁ ଟାର୍ଗେଟ
-ଆଗକୁ ନବରାତ୍ରୀ ପର୍ବ ଥିବାବେଳେ ଏଭଳି ଆକ୍ରମଣ ପ୍ରବାସୀ ହିନ୍ଦୁମାନଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ 
-ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି
-ମାମଲାରେ କୌଣସି ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ନାହିଁ 
-କିମ୍ବା ଆକ୍ରମଣର ମୂଳ କାରଣ ସ୍ପଷ୍ଟ ହୋଇନାହିଁ 

What's Your Reaction?

like

dislike

love

funny

angry

sad

wow