ଆସନ୍ତା ୧୭ ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ଆସନ୍ତା ୧୭ ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ଆସନ୍ତା ୧୭ ତାରିଖ ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୂଚନା ଅନୁଯାୟୀ ସକାଳ ୧୧ଟା  ୨୫ ମିନିଟ୍ ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ କରିବେ ଅବତରଣ । ଏଠାରୁ କଡ଼ା ସୁରକ୍ଷା ମଧ୍ୟରେ ଜନତା ମଇଦାନକୁ ଯିବେ। ସେଠାରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର କରିବେ ଶୁଭାରମ୍ଭ । ସେହି କାର୍ଯ୍ୟକ୍ରମରେ ୧୨ଟାରୁ ୧ଟା ଯାଏ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ । ଏହାପରେ ଅପରାହ୍ଣ ୩ଟା ୨୫ ମିନିଟ ସମୟରେ ନୂଆଦିଲ୍ଲୀ କରିବେ ପ୍ରତ୍ୟାବର୍ତ୍ତନ।