ଆହୁରି ବଢିବ ଶୀତ

ଗତ ୨ଦିନ ହେବ ପାରଦ ତଳମୁହାଁ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ଶନିବାର ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୧.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ରାଜ୍ୟର ପ୍ରାୟ ୩୦ ସ୍ଥାନରେ ପାରଦ ୨୦ ଡିଗ୍ରୀ ସେଲସିୟସ୍ରୁ କମ୍ କରାଯାଇଛି ରେକର୍ଡ । ସେହିପରି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ଏହା ତଳକୁ ରାଉରକେଲାରେ ୧୨.୭ ଡିଗ୍ରୀ, ଝାରସୁଗୁଡ଼ାରେ ୧୩.୦ ଡିଗ୍ରୀ ଓ କେନ୍ଦୁଝରରେ ରହିଥିଲା ୧୪.୫ ଡିଗ୍ରୀ ସେଲସିୟସ୍ । ତେବେ ଆସନ୍ତା ୫ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ କମିପାରେ ଓ ୨୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର।
What's Your Reaction?






