ଉଚ୍ଚଶିକ୍ଷା ବିଭାଗର ଏସଓପି: ସକାଳେ ପରୀକ୍ଷା କର
ଆଗକୁ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଦେବାପରେ ପରୀକ୍ଷା ଏବଂ ଶ୍ରେଣୀ ସଂପର୍କୀତ ନୂଆ ନିୟମ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ସକାଳେ କରାଯାଉ ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷା। ଏଥିପାଇଁ ସମସ୍ତ ପରୀକ୍ଷା ହଲ୍ରେ ବ୍ୟାପକ ପାଣିର ବ୍ୟବସ୍ଥା କରାଯିବା ସହିତ ORS ରଖିବାକୁ ମଧ୍ୟ ଦିଆଯାଇଛି ନିର୍ଦ୍ଦେଶ । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପରିସରରେ କରିବାକୁ ପଡ଼ିବ ପାନୀୟ ଜଳ ବ୍ୟବସ୍ଥା । ସେହିପରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବାହାରେ ହେବାକୁ ଥିବା ଆୟୋଜନ ବନ୍ଦ କରିବା ସହିତ ଅପରାହ୍ନ ସମୟରେ କରିବାକୁ ଦିଆଯାଇଛି ନିର୍ଦ୍ଦେଶ ।
What's Your Reaction?