ଋଷିଆ-ୟୁକ୍ରେନ୍ ଯୁଦ୍ଧରେ ଶାନ୍ତି ଫେରାଇ ଆଣିବ ଭାରତ
ଋଷିଆ-ୟୁକ୍ରେନ୍ ଯୁଦ୍ଧରେ ଶାନ୍ତି ଫେରାଇ ଆଣିବ ଭାରତ । ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଆସନ୍ତା ସପ୍ତାହରେ ମସ୍କୋ ଯାତ୍ରା କରିବେଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ । ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଶାନ୍ତି ବାର୍ତ୍ତା ବୟାନ ପରେ ଏନେଇ ଆଗକୁ ବଢ଼ିଛି ଭାରତ । ଚଳିତ ସପ୍ତାହରେ ଋଷିଆ ରାଷ୍ଟ୍ରପତି ଏକ ବୟାନରେ କହିଥିଲେ ଯେ, ଯୁଦ୍ଧରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ, ଚୀନ ଏବଂ ବ୍ରାଜିଲ୍ କରିପାରନ୍ତି ମଧ୍ୟସ୍ଥତା। ଏବେ ଏହି ଚର୍ଚ୍ଚାକୁ ଆହୁରି ଚର୍ଚ୍ଚିତ କରିଛି ଏନଏସଏ ଅଜିତ୍ ଡୋଭାଲଙ୍କ ଋଷିଆ ଗସ୍ତ ଖବର ।ଅନ୍ୟପକ୍ଷେ ଭାରତ ଋଷିଆ-ୟୁକ୍ରେନ ଯୁଦ୍ଧରେ ବିରତି ଲଗାଇବା ପାଇଁ ଯୋଜନା କରୁଛି ବୋଲି ହେଉଛି ଚର୍ଚ୍ଚା।
What's Your Reaction?